ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଗୋବିନ୍ଦ ମହାଙ୍କୁଡ ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ବସ୍ତ୍ରୀଗୁଡା ଗ୍ରାମ ମଣ୍ଡଳୀ ଗୃହରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏଥିରେ ମଣ୍ଡଳୀର ଚାଳକ ଏବଂ ଅଭିଭାବକ ଶିକ୍ଷକଙ୍କ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରି ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରିଥିଲେ I ଶିକ୍ଷକଙ୍କୁ ଆଦିବାସୀ ନାଚରେ ଗ୍ରାମ ପରିଭ୍ରମଣ କରାଯାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଆଯାଇଯାଇଥିଲା। ଶେଷରେ ଶ୍ରୀ ମହାଙ୍କୁଡଙ୍କ କାର୍ଯ୍ୟ, ବ୍ୟବହାର ଓ ନିଷ୍ଠାପର କର୍ଭବ୍ୟ ବିଷୟରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଗୁଣ‌ଗାନ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୁସିୟ କାର୍ଜୀ, ସହକାରୀ ଶିକ୍ଷକ ଆଲାବି ରଇତ, ଦୀପକ ଭୂୟାଁ ଓ ହେମଗିରି ରଜନୀକାନ୍ତ ପାତ୍ର ଉପସ୍ଥିତ ଥିଲେ ‌।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ