ନୂତନ ଅପରାଧିକ ଆଇନ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଥାନା ପକ୍ଷରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି। ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଏସପି ଆଲୋକ ଗଞ୍ଜନ ରାୟ, ସରକାରୀ ଓକିଲ ବୃନ୍ଦାବନ ନାୟକ, ଓକିଲ ସଂଘ ସଭାପତି ସ୍ବରୂପ କୁମାର ପାଳ ଏବଂ ବରିଷ୍ଠ ଆଇନଜୀବୀ ହୀରାଚାନ୍ଦ ପଟ୍ଟନାୟକ ଯୋଗଦେଇ ନୂତନ ଅପରାଧିକ ଆଇନର ଧାରାଗୁଡିକ ବିଷୟରେ ବୁଝାଇଥିଲେ. ଏଥିରେ ଥାନା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ପୁଲିସ୍ ଅଧିକାରୀ ଯୋଗଦେଇ ନୂତନ ଆଇନ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ରା,ଉଦୟଗିରି ପୁଲିସ ପକ୍ଷରୁ ନୂତନ ଅପରାଧିକ ଆରନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଡିଏସ୍‌ପି ଅଲୋକ ରଞ୍ଜନ ରାୟ, ଏସ୍‌ଡିପିଓ ଅଶ୍ୱିନୀ କୁମାର ନାୟକ, ବିଡିଏ ଲଲିମନ ଖର୍ସେଲ, ଡାକ୍ତର ନିବେଦିତା ପଣ୍ଡା, ଆଇନଜୀବୀ ଶୁଭେନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ଶବର ପ୍ରମୁଖଙ୍କ ସମେତ ରା.ଉଦୟଗିରି ଓ ନୂଆଗତ ବ୍ଲକର ନିର୍ବାଚିତ ଜନପ୍ରତିନିଧି, ସ୍ଵେଚ୍ଛାସେଵୀ ଯୋଗ ଦେଇଥିଲେ । ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମ ରାମଗିରିରେ ରାମଗିରି ଥାନାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା. ଗଜପତିର ମୋହନା ଥାନା ଅଧିକାରୀ ବସନ୍ତ ସେଠୀଙ୍କ ସଂଯୋଜନାରେ ନୂତନ ଅପରାଧିକ ଆସନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟ ହୋଇଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗ ଉଦୟଗିରି ଏସ୍‌ଡିପିଓ ଅଶ୍ଵିନୀ ନାୟକ, ମୁଖ୍ୟବକ୍ତା ଭାବେ ମୋହନା କୋର୍ଟର ଏପିପି ଆଦିତ୍ୟ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ମୋହନା ଓକିଲ ସଂଘର ସଭାପତି ସନ୍ତୋଷ କୁମାର ପାଢ଼ୀ, ଉପସଭାପତି ସୀମାଞ୍ଚଳ କାର୍ଜୀ, ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ. ଇଂରେଜ ଶାସନ ଅମଳରେ ପ୍ରଣୟନ ହୋଇଥିବା ଆରପିସି, ସିଆରପିସି ଓ ଆଇଏଏ ବଦଳରେ ବର୍ତମାନ ସରକାର ବିଏନଏସ, ବିଏନଏସଏସ ଓ ବିଏସଏ ଲାଗୁ କରିଛନ୍ତି I କାର୍ଯ୍ୟକ୍ରମକୁ ଚନ୍ଦ୍ରଗିରି ଫାଣ୍ଡି ଅଧିକାର ପୁରୁଷୋତ୍ତମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଆଇନଜୀବୀ, ବରିଷ୍ଠ ନାଗରିକ, କଲେଜ ଛାତ୍ରୀ ଓ ମହିଳାମାନେ ଯୋଗ ଦେଇଥିଲେ। ସେହିପରି କାଶୀନଗର ଥାନା ସଭାଗୃହରେ ନୂତନ ଅପରାଧିକ ଆସନର କାର୍ଯ୍ୟକାରିତା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି. ଆନାଧିକାରୀ ମୁନାଲ କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ, ଆଇନନାବା ଜଗଦାଶ ପାତ୍ର, କେ.ଲକ୍ଷ୍ମୀ ପ୍ରସାଦ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାଶୀନଗର ନାଗରିକ ମହାସଭା ସଭାପତି କବି ପ୍ରଶାନ୍ତ ମିଶ୍ର ନିଜ ବକ୍ତବ୍ୟରେ ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନର ଉଭୟ ଭଲ ଓ ମନ୍ଦ ଦିଗ ରହିଛି ବୋଲି କହିବା ସଂଗେ ସଂଗେ ସମ୍ବିଧାନ ଦେଶବାସୀଙ୍କ ଯେଉଁ ଅଧିକାର ଦେଉଛି, ଆଇନ କାର୍ଯ୍ୟକାରୀ କରାଯିବା ବେଳେ ସେ ଅଧିକାର ସବୁ ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବା ଜରୁରୀ ବୋଲି ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ