ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି ଅଧକ୍ଷ୍ୟତା କରିଥିଲେ । ଶିଶୁ ଶ୍ରମିକ ପ୍ରଥାକୁ ଏକ ସାମାଜିକ ବ୍ୟାଧି ରୂପେ ଅଭିହିତ କରିବା ସହ ଏହାର ନିରାକରଣ ଦିଗରେ ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ଅତିରିକ୍ତ ଜିଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି କହିଥିଲେ । ଶିଶୁ ଶ୍ରମିକ ନିଯୁକ୍ତି ଏକ ଦଣ୍ଡନୀୟ ଅପରାଧ ଅଟେ । ୧୪ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୈାଣସି ପ୍ରକାରର ବୃତ୍ତିି ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତିି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଅପରାଧ ଅଟେ । ଏପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଜୋରିମାନା ଓ କାରାଦଣ୍ଡ ଭୋଗିବାକୁ ପଡିବ । ଏହି ବୈଠକରେ ବିଗତ ଦିନରେ ବିଭିନ୍ନ ବିଭାଗ ପକ୍ଷରୁ ଶିଶୁ ମାନଙ୍କ ପାଇଁ କଣ ସବୁ କାର୍ଯ୍ୟକ୍ରମ କରାଯାଇଛି ଅତିରିକ୍ତ ଜିଲାପାଳ ପଚାରି ବୁଝିଥିଲେ । ଶିଶୁ ଶ୍ରମିକ ରୋକିବା ପାଇଁ ବ୍ୟାପକ ସଚେତନତା ସହ ଚଢାଉ କରିବାକୁ କୁହାଯାଇଛି । ବୈଠକରେ ଶ୍ରମ ବିଭାଗ ଓ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି) ବିଭାଗ ପରଷ୍ପର ଉପରେ ଦୋଷ ଲଦାଲଦୀ ହୋଇଥିଲେ । ଏପରିକି ଶ୍ରମ ବିଭାଗ ସିଡବ୍ଲୁସି ବିଭାଗକୁ କୈାଣସି ବୈଠକକୁ ଡାକୁନଥିବା କହିଥିଲେ । କେତେ ଶିଶୁ ରେସ୍କୁ କରାଯାଇଛି ଉଭୟ ବିଭାଗର ତାଳମେଳ ରହୁନାହିଁ । ଆଗାମୀ ଦିନରେ ଶିଶୁ ଶ୍ରମିକ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ଏସଓପି ଜାରି କରାଯିବ । ପ୍ରତି ୱାର୍ଡ ସ୍ତରରୁ, ଜିପି ସ୍ତରରୁ, ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟି ଓ ଜିଲାସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ହୋଇ ବୈଠକ କରାଯିବ । ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ ଜିଲା କରିବା ଆମ ସମସ୍ତଙ୍କ କର୍ତବ୍ୟ ଓ ସଂକଳ୍ପ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଢଙ୍ଗୀ, ବ୍ରହ୍ମପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ ବାବୁ ଚରଣ ପାତ୍ର, ଶିଶୁ କଲ୍ୟାଣ କମିଟ ଅଧ୍ୟକ୍ଷ ଡ.ଦିଲ୍ଲିପ ତ୍ରିପାଠୀ,ବ୍ରହ୍ମପୁର ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ,ଛତ୍ରପୁର ଶ୍ରମ ଅଧିକାରିଣୀ ବର୍ଷାରାଣୀ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା , ଜିଲା ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ ସମେତ ଜିଲାର କାଜୁ ୟୁନିୟନ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ