ଯୁବ ଭାରତ କୃଷକ ସଙ୍ଘର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ରାହ୍ମଣୀଗାଁରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ ଦେଇ କୃଷକ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟାର ସମାଧାନ ପାଇଁ ଏକ ସଙ୍ଘ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । କୃଷକର ସମସ୍ୟା ସମାଧାନ ଓ ଅଧିକାର ହାସଲ ଆମର ମୂଳ ଲକ୍ଷ୍ୟରେ ସଫଳତା ପାଇଁ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । କୃଷକ ସେବାକେନ୍ଦ୍ର ସ୍ଥାପନ କରି ଏହାର ସମାଧାନ କରିବାକୁ ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇପାରିବ । ସେଥି ନେଇ କୃଷକ ଭାଇ ମାନଙ୍କ ସହଯୋଗ ଲୋଡ଼ାଯାଇଥିଲା । ବାର ଦଫା ଦାବୀ ପୂରଣ ପାଇଁ ନୂଆ ସରକାରଙ୍କ ସହ ଆଲୋଚନା କରାଯିବ ବିଫଳ ହେଲେ ପରର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ମିଶ,୍ର ଜିଲ୍ଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ମାର୍ଶାଘାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଚିନ୍ମୟୀ ମହାନ୍ତି, ଅଲେଖ ଚନ୍ଦ୍ର ବାରିକ, ସର୍ବେଶ୍ୱର ପରିଡ଼ା, ପଦିପ୍ତ କୁମାର ମହାନ୍ତି, ବିଭୁପ୍ରସାଦ ସାହୁ ଓ ଆମର ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉଦବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ