ଜିଲ୍ଲାସ୍ତରୀୟ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନ ଘ. ୧୧.୩୦ ମି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟ୍ରେନିଂ ୟୁନିଟଠାରେ ଜିଲ୍ଲାସ୍ତରୀୟ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ଶୁଭାରମ୍ଭ ହୋଇଯାଇଛି I ଏହି ଅବସରରେ ମାନ୍ୟବର ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସ୍ୟାଧିକାରୀ ଡ଼. ଦୁଲାଳସେନ ଜଗଦ୍ଧେବ, ଏପିଏଚଓ ଡ଼. ମୃତୁଞ୍ଜୟ ମିଶ୍ର, ଭିବିଡ଼ି ଡ଼. ରଞ୍ଜନ ନାୟକ, ଡେପୁଟି କଲେକ୍ଟର ଶ୍ରୀମତୀ ଅସ୍ମିତା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ବୈଠକରେ ଜିଲ୍ଲାରେ ମ୍ୟାଲେରିଆ, ହଇଜା ଓ ଡେଙ୍ଗୁ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ପ୍ରମୁଖ ଆଲୋଚନା କରାଯାଇଥିଲା। ଜିଲ୍ଲାରେ କିପରି ଏହି ରୋଗଗୁଡିକର ନିଦାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ପ୍ରତ୍ୟେକ ସର୍ବେକ୍ଷଣ ତଥ୍ୟକୁ କିଭଳି ଉପଯୋଗୀତାର ସହିତ ସମ୍ପାଦନା କରାଯାଉଛି ସେ ବିଷୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଜଗଦ୍ଧେବ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣ ତଥ୍ୟକୁ ଆଧାର କରି ସମ୍ପୃକ୍ତ ସ୍ଥାନମାନଙ୍କରେ କିଭଳି ଏହି ନିଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଏହି ସମସ୍ତ ପ୍ରକ୍ରିୟାକୁ ଯଥୋଚିତ ଜନାଦୃତ କରାଇବା ପାଇଁ ଏବଂ ସମସ୍ତ ଅଧିକାରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ଅବଗତ କରାଇଥିଲେ। ମ୍ୟାଲେରିଆ, ହଇଜା ଓ ଡେଙ୍ଗୁ ଭଳି ରୋଗର ସଂକ୍ରମଣ କିଭଳି ନ ହେବ ଏବଂ ଏହାର ପୂର୍ବ ଏବଂ ପର ପଦକ୍ଷେପ ପାଇଁ ଜନ ସମ୍ପର୍କ କାର୍ଯ୍ୟକ୍ରମ ମାନ ସଂଯୋଜନା ସହିତ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଯଥା ପାଣି ଜମୁଥିବା ସ୍ଥାନ ମାନଙ୍କରେ ସ୍ୱଚ୍ଛତା, ଅପରିଷ୍କାର ଜଳ ନିଷ୍କାସନ, କୀଟନାଶକ ଔଷଧ ସିଞ୍ଚନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ। ଏଠାରେ ସୂଚନା ଥାଉ କି, ଏହି ଅଭିଯାନଟି ୧ ଜୁଲାଇ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ