ମହରମ ୨୦୨୪ ପାଳନ ପରିପ୍ରେକ୍ଷୀରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୧୭ ତାରିଖରେ ପାଳନ ହେବାକୁ ଥିବା ମହରମ ପର୍ବକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ଘ. ୪ .୩୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆଇ.ଏ.ଏସ ପ୍ରୋବେସନର ଶ୍ରୀ ଦୁଲାଲ ଅଭିଷେକ ଦିଲୀପ ଓ ସଦର ଏସଡିପିଓ ଡ଼. ସଶାଙ୍କ ଶେଖର ବେଉରା ପ୍ରମୁଖ ମଞ୍ଚାସୀନ ଥିଲେ I ସମ୍ପ୍ରତି ଜିଲ୍ଲାରେ ଜାରି ରହିଥିବା କର୍ଫ୍ୟୁ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ମତ ପ୍ରକାଶ କରିଥିଲେ I ଅନୁରୂପ ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ଗୁରୁତ୍ୱାରୋପ କରିଥିଲେ I ସଭାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ପାଇଁ ସମସ୍ତ ପର୍ବପର୍ବାଣି ନିମନ୍ତେ ଡିଜେ ମୁ୍ୟଜିକ ସିଷ୍ଟମ ଉପରେ ସମ୍ପୂର୍ଣ କଟକଣା ଲଗାଯାଇଛି। ଉତ୍ସବ ସମୟରେ କୌଣସି ପ୍ରକାରର ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଲାଠି, ଅସ୍ତଶସ୍ତ୍ର ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି I ବାଣ ଫୁଟାଇବା ଉପରେ ସମ୍ପୂର୍ଣ କଟକଣା ଲଗାଯାଇଛି I ନିର୍ଦ୍ଧାରିତ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ ବୋଲି ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଥିଲେ I ଆସନ୍ତା ମହରମକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ