ପାରଳା ନୂଆ ବସ୍‌ଷ୍ଟାଣ୍ଡର ନୂତନ ଗୃହ ଆବଣ୍ଟନରେ ଅନିୟମିତତା ହୋଇନି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ପୌରପାଳିକା ଅଧୀନରେ ଥିବା ନୂଆ ବସ୍‌ଷ୍ଟାଣ୍ଡରେ ନିର୍ମିତ ୧୬ଟି ନୂତନ ଗୃହ ଆବଣ୍ଟନରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ ବୋଲି ପୌରପାଳିକା ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରକାଶ କରିଛନ୍ତି । ଗତ କିଛିଦିନ ହେଲା ଏହା ସହରରେ ଚର୍ଚ୍ଚାର ବିଷୟ ହେବା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ପାରଳା ପୌରପାଳିକାର ୪ନଂ ୱାର୍ଡ କାଉନସିଲର ବାଳକୃଷ୍ଣ ପାତ୍ର(ବାବୁ) ଅଭିଯୋଗ ଆଣିଥିଲେ ଯେ ଦୋକାନ ଗୃହ ବଣ୍ଟନରେ ଅନିୟମିତତା ହୋଇଛି। ବେଆଇନ ଭାବେ ଦୋକାନ ଗୃହଗୁଡ଼ିକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଛି। ତେବେ, ଆଜି ପୌରାଧ୍ୟକ୍ଷା କହିଥିଲେ ଯେ ଏହା ଅମୂଳକ ବର୍ତ୍ତମାନ କାମ ବନ୍ଦ ରହିଛି | ଏହାର ଦାୟିତ୍ଵରେ ଥିବା କମିଟି ଏବଂ ନୂତନ ଭାବେ ଯୋଗ ଦେଇଥିବା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଏ ନେଇ ସବିଶେଷ ତଥ୍ୟ ପ୍ରଦାନ କରିବେ ଏ ସମ୍ପର୍କରେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସମ୍ପର୍କୀୟ ଫାଇଲକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ ଆଗାମୀ ପଦକ୍ଷେପ ସମ୍ପର୍କରେ କହିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ