କାଶୀନଗର ପୋଲିସ ପୁଣି ବାଲି ଚୋରାଚାଲାଣ ବେଳେ ୩ ଟ୍ରାକ୍ଟରକୁ ଜବତ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବେଆଇନ ଚୋରାଚାଲାଣ ହେଉଥିବା ୩ ବାଲି ବୋଝେଇ ଟ୍ରାକ୍ଟରକୁ ପୁଣି ଜବତ କରିଛି କାଶୀନଗର ପୋଲିସ | ବଂଶଧାରା ନଦୀ ମୁହାଣରୁ ବେଆଇନ ଭାବେ ବାଲି ମାଫିଆ ବାଲି ଚୋରାଚାଲାଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବହାନୀ ହେଉଛି I ମଙ୍ଗଳବାର ରାତ୍ର କାଶୀନଗର ଥାନା ଅଧିକାରୀ ସୁନୀଲ ବେହେରାଙ୍କ ପରାମର୍ଶକ୍ରମେ ଏଏସଆଇ ଏଲ. ଭି ପ୍ରସାଦ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ତଥା ବିନା ରସିଦରେ ବାଲି ଚୋରାଚାଲାଣ କରୁଥିବା ୩ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲେ | ସେମାନଙ୍କ କାଗଜପତ୍ର ନ ଥିବା ଜାଣି ୩ ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖ୍ ପଚରା ଉଚରା କରାଯାଇଥିଲା I ଉକ୍ତ ବେଆଇନ ବାଲି ବୋଝେଇ ୩ ଟ୍ରାକ୍ଟରକୁ ଗଜପତି ଜିଲ୍ଲା ଖଣି ବିଭାଗକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି | କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ବହୁ ବେଆଇନ ଭାବେ ଟ୍ରାକ୍ଟର, ଟ୍ରକ୍, ମ୍ୟାକ୍ସ ପିକଅପ୍ ଗାଡ଼ିରେ ବାଲି ଚୋରାଚାଲାଣ କରୁଥିବା ବେଳେ ପୁଲିସ ଧରି ବାରମ୍ବାର ଖଣି ବିଭାଗକୁ ହସ୍ତାନ୍ତର କରୁଛି । ଖଣି ବିଭାଗ କେବଳ ଜରିମାନା ଆଦାୟ କରି ସେମାନଙ୍କୁ ଛଡ଼ା ଯାଉଥିବା ବେଳେ ପୁଣି ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ବାଲି ମାଫିଆ ବାଲି ଚୋରାଚାଲାଣ କରିଥିବା ଏଠାରେ ଦେଖୁବାକୁ ମିଳିଛି। ଉକ୍ତ ବେଆଇନ ବାଲି ଚୋରାଚାଲାଣ ଗାଡ଼ି ଓ ବ୍ୟକ୍ତି ମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ