ସରକାରୀ ଯୋଜନାର ଆଢୁଆଳରେ ଗରୀବ ପରିବାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଏନଏସି ଅଂଚଳରେ ଅନେକ ଗରୀବ ପରିବାର ସରକାରଙ୍କ ବିଭିନ୍ନ ଯୋଜନାର ଆଢୁଆଳରେ ରହି ବିଭିନ୍ନ ଭାବେ ଦୁଃଖ ଯନ୍ତ୍ରଣା ପାଉଥିବା ଦେଖାଦେଇଛି. ଏଠାକାର 2 ଜଣ ବେସାହାର ବୃଦ୍ଧା ମହିଳା ଶ୍ରୀମତୀ ପୁନାଲୁ ବେହେରା ଓ ଏଲି ମାଞ୍ଚି ରାଜି ଗତ ବହୁ ବର୍ଷ ଧରି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଅଧିକାରୀଙ୍କୁ ବହୁ ଵାର ନିବେଦନ କରି ଆସିଥିଲେ ସୁଦ୍ଧା କୌଣସି ଭାବେ ସହଯୋଗ ପାଇନାହାନ୍ତି. ଗରିବ ବେସାହାରା ଏହି 2 ଜଣ ମହିଳା ଅନ୍ୟ ଲୋକଙ୍କ ଘର ବାରଣ୍ଡାରେ ମୁଣ୍ଡ ଗୁଂଜି ରହିଛନ୍ତି. ସରକାର ଓ ପ୍ରଶାସନକୁ ପୁଣି ଥରେ ଏମାନଙ୍କ ଦୁଃଖ ଦୂର କରିବା ପାଇଁ ନିବେଦନ କରିଛନ୍ତି. କାଶୀନଗର ଅଞ୍ଚଳର ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହି 2 ଜଣ ବେସାହାରା ମହିଳା ଦୀର୍ଘ ବର୍ଷ ଧରି ବାସହୀନ ଯୋଗୁଁ କେତେବେଳେ କାହା ଦୁଆରେ ଭୋକ ଶୋଷରେ ଜୀବନ ବିତାଇ ଆସୁଛନ୍ତି. ଏହି 2 ଜଣଙ୍କ ସହ କାଶୀନଗର ଅଞ୍ଚଳରେ ଏଭଳି ଆହୁରି କେତେଜଣ ଗରିବ ପରିବାର ରହିଛନ୍ତି. ପ୍ରଶାସନ ଏମାନଙ୍କୁ ଚି଼ହ୍ନଟ କରି ଆବଶକ୍ୟ ସାହାର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି. ସୂଚନାରୁ ପ୍ରକାଶଯେ, ଅନେକ ଲୋକଙ୍କ ନିଜର ବୋଲି ଘର ଖଣ୍ଡେ ନାହିଁ, ସେମାନଙ୍କୁ ବସ୍ତି ଅଂଚଳରେ ଥିବା ସରକାରୀ ସ୍ଥାନରେ ଯାଗା ଯାଗା ମିଶନ ଦ୍ୱାରା ଘର କରିବା ପାଇଁ ପଟ୍ଟା ବାଣ୍ଟିବା କଥା | ଏଭଳିକି କାଶୀନଗରର ଟାଟା ଓ ଲୁଥାରିନ କଲୋନୀ ହେଉଛି ବନ୍ୟା ପୀଡିତ କଲୋନୀ, ଦୀର୍ଘ 44 ବର୍ଷ ବିତିଯାଇଥିଲେ ସୁଧା ନିଜର ବୋଲି ପଟା ଖଣ୍ଡେ ପାଇ ନାହାନ୍ତି | ତତ୍କାଳୀନ ରାଜସ୍ବ ମନ୍ତ୍ରୀ ବର୍ତମାନ ବିଜେପି ରାଜ୍ୟ ସଭାପତି ଥିବା ମନମୋହନ ସାମଲ କାଶୀନଗର ଗସ୍ତ ବେଳେ ବନ୍ୟା ପୀଡିତଙ୍କୁ ପଟା ଦିଆଯିବ ବୋଲି ସେତେବେଳେ ପ୍ରତିଶୃତି ଦେଇଥିଲେ | ଏବେ ନିଜ ଦଳର ସରକାର ଏ ନେଇ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି. କାଶୀନଗରର 2 ଜଣ ବେସାହାରା ମହିଳା ଶ୍ରୀମତୀ ପୁନାଲୁ ବେହେରା ଓ ଏଲି ମାନସିଂ ରାଜି ଗଜପତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ନିଜ ଦୁଃଖ ଜଣାଇ ଥିଲେ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଭୟଙ୍କୁ ରେଡ଼କ୍ରସ ତରଫରୁ ଚେକ ପ୍ରଦାନ କରିଛନ୍ତି | ସେମାନଙ୍କ ଖୁସି କହିଲେ ନ ସରେ | ଆବାସ ନଥିବାରୁ ସେମାନେ ବାହାରେ ଅନ୍ୟ ଲୋକଙ୍କ ଦାଣ୍ଡରେ ମୁଣ୍ଡ ଗୁଂଜି ରହୁଛନ୍ତି | ସେମାନେ ବାହାରେ ରହୁଥିବାରୁ ଏମାନେ ମୁଣ୍ଡ ଗୁଂଜିଛନ୍ତି, ଆସିଗଲେ ଏମାନେ ପୁଣି କେଉଁଠି ରହିବେ |? ସରକାରଙ୍କ ବିଭିନ୍ନ ଯୋଜନା ରହିଛି ହେଲେ ତଳସ୍ତରରେ ଏହା କାର୍ଯ୍ୟକାରୀ ହେଉନି | ପର୍ଯ୍ୟାପ୍ତ ସରକାରୀ ଯାଗା ରହିଛି, ମଦନ ମୋହନ ମନ୍ଦିରର ଯାଗା ବି ରହିଛି, ଏଣୁ ସରକାର ଏହା ହାତକୁ ନେଇ ଗରୀବଙ୍କୁ ଯାଗା ମିଶନରେ ଯାଗା ଯୋଗାଇବାକୁ ଅନୁରୋଧ କରିଛନ୍ତି ବାସହରା | ଜାତୀୟ ପରିବାର ମଙ୍ଗଳ ଯୋଜନା ମଧ୍ୟ ରହିଛି ଗରୀବଙ୍କୁ ଥଇଥାନ କରିବା ପାଇଁ | ଆଶ୍ରୟ ଗୃହ ନିର୍ମାଣ ପାଇଁ ଏନଏସି ପୁରୁଣା ଘର ରହିଛି, ବଜାର ପାଖରେ ଗୋଟିଏ ଘର ରହିଛି, ଡେରା ସାହି ପାଖରେ ମଧ୍ୟ ନିର୍ମିତ ଘର ରହିଛି |