୩୩ତମ ବିବାହ ବାର୍ଷିକୀ ଉତ୍ସବରେ ରକ୍ତବୀର ଗୋପୀମୋହନଙ୍କ ପାରିବାରିକ ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରକ୍ତଦାନ, ମହତ୍ ଦାନକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିବା ରକ୍ତବୀର ଗୋପୀମୋହନ ପଟ୍ଟନାୟକ ଓ ଧର୍ମପତ୍ନୀ ଶାନ୍ତିଲତା ପଟ୍ଟନାୟକଙ୍କ ୩୩ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ପାରିବାରିକ ରକ୍ତଦାନ ଶିବିର ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନିଜର ବନ୍ଧୁ-ବାନ୍ଧବ, ଆତ୍ମୀୟ ସ୍ୱଜନ ଶିବିରରେ ଯୋଗଦେଇ ଦମ୍ପତ୍ତିକୁ ଶୁଭେଚ୍ଛା ଓ ଆର୍ଶୀବାଦ ଜଣାଇବା ସହ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସୂଚନାଯୋଗ୍ୟ, ୨୦୦୩ ମସିହାରେ ରାଜ୍ୟରେ ସର୍ବପ୍ରଥମେ ପାରିବାରିକ ରକ୍ତଦାନ ଶିବିର ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ୬୭ବର୍ଷରେ ପାଦ ଥାପିଥିବା ଭୀମଟାଙ୍ଗି ନିବାସୀ ଗୋପୀମୋହନ ନିଜ ଜୀବନକାଳ ମଧ୍ୟରେ ୧୭୧ଥର ରକ୍ତଦାନ କରିବା ସହିତ ୧୯ ଥର ପ୍ଲେଟ୍‌ଲେଟ ଦାନ କରିସାରିଲେଣି । ରକ୍ତବୀର ଓ ସେଞ୍ଚୁରିୟାନ୍ ବ୍ଳଡ ଡୋନର ରୂପେ ରାଜ୍ୟରେ ଗୋପୀମୋହନ ବେଶ୍ ପରିଚିତ । ଆଜିର ଶିବିରକୁ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ର ଆନୁଷ୍ଠାନିକ ରୂପେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚ୍‌ଟିପିସି ଓ ବ୍ଳଡ ସେଫଟିର ନିର୍ଦ୍ଦେଶକ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ବସନ୍ତ ସାମଲ, ଶିବ ପ୍ରସାଦ ଦାସ, ହରେକୃଷ୍ଣ ଗହିର, ଅତୁଲ କୁମାର ପଣ୍ଡା, ସିଦ୍ଧାର୍ଥ ଶଙ୍କର ଦାସ, ଆଦିତ୍ୟ ରାଉତ, ନିରୂପମା ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ