ଚାରା ରୋପଣ କଲେ ବିଚାରପତି
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ନ୍ୟାୟାଳୟ ପକ୍ଷରୁ ଶୁକ୍ରବାର ହିଞ୍ଜିଳିକାଟୁ ପୈାରାଞ୍ଚଳ ଓ୍ବାର୍ଡ ନଂ ୯ ପଦ୍ମାବତୀ ନଗର ଅଞ୍ଚଳରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି। ୭୫ ତମ ବନମହୋତ୍ସବ ପାଳନ ଅବସରରେ ତାଲୁକା ଆଇନ ପ୍ରାଧିକରଣ ଅଧ୍ୟକ୍ଷ ତଥା ଦେଓ୍ବାନୀ ଅଦାଲତ ବିଚାରପତି ଅବକାଶ ଚୈଧୁରୀଙ୍କ ତତ୍ତ୍ଵାବଧାନରେ ନ୍ୟାୟାଳୟ ନିକଟସ୍ଥ ଅଞ୍ଚଳ ସମେତ ସ୍ଥାନୀୟ ପୈାରାଞ୍ଚଳ ପଦ୍ମାବତୀ ନଗର ଅଞ୍ଚଳରେ ବିଭିନ୍ନ କିସମର ବହୁ ଔଷଧୀୟ ଏବଂ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜେଏମଏଫସି ବିଚାରପତି ବନଜା ମହାନ୍ତି, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବନପାଳ ଘରମଣୀ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ଇଂ. ଦିଲ୍ଲିପ କୁମାର ମିଶ୍ର, ଓକିଲ ସଂଘ ସଭାପତି ମୁକ୍ତିରାମ ସାବତ, ସମ୍ପାଦକ ଶାନ୍ତନୁ ପୋଲେଇ, ନିର୍ମଳ ସାହୁ, ଦ୍ବିତୀକୃଷ୍ଣ ସାବତ, ସୁରେନ୍ଦ୍ର ପାଣିଗ୍ରାହୀ, ଲୋକନାଥ ସାହୁଙ୍କ ସମେତ ବହୁ ଆଇନଜୀବୀ, କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।