ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ପlଟୁପଦର ଗାଁର ଟୁକୁନା ଦଳାଇ (୪୫) ବର୍ଷ l ଆଉ ଗୁରୁତର ଆହତ ଜଣକ ହେଉଛନ୍ତି ସେହି ଗାଁର ଏଲିଶା ନାୟକ (୨୨) ବର୍ଷ l ଗୁରୁବାର ବିଳମ୍ୱିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କଳାମେରି ନିକଟରେ l ମିଳିଥିବା ସୂଚନା ପ୍ରକାରେ, ଗତକାଲି ରାତିରେ କଳାମେରୀ ନିକଟସ୍ତ ଡି.କଲୋନୀରେ ଟ୍ରାକ୍ଟରରେ ଜମି ଚାଷ କାମ ସାରି ବିଳମ୍ୱିତ ରାତିରେ ଟ୍ରାକ୍ଟର ନେଇ ପlଟୁପଦର ଗାଁକୁ ଫେରୁଥିଲେ l ଏହି ସମୟରେ କଳାମେରି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା ଯାହାଫଳରେ ଡ୍ରାଇଭର ଟୁକୁନା ଓ ଅନ୍ୟ ଜଣେ ଶ୍ରମିକ ଏଲିଶା ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ l ଡାକ୍ତର ଟୁକୁନାକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଏଲିଶାର ଚିକିତ୍ସା ଚାଲିଛି ଏବଂ ମୋହନା ପୋଲିସ୍ ଘଟଣାର ତଦନ୍ତ କରୁଛି l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ