ଆକାଂକ୍ଷୀ ବ୍ଲକ୍ ଗୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପ୍ରାୟୋଜିତ “ସମ୍ପୂର୍ଣ୍ଣତା ଅଭିଯାନ”

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ ଜିଲ୍ଲା ଭାବେ ପରିଚିତ ଗୁମ୍ମା ଏବଂ ଆର:ଉଦୟଗିରି ଠାରେ ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମ୍ପୂର୍ଣତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଏକକାଳୀନ ଭାବେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାମସ୍ଵାମୀ ମନ୍ଦିରରୁ ପୂଜାର୍ଚ୍ଚନା ହୋଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇପି: ସୁରେନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ମଶାଲ ଜ୍ୟୋତି ଶୋଭାଯାତ୍ରା ବାହାରିଥିଲା । ଏହି ମଶାଲ ଜ୍ୟୋତି ଗୁମ୍ମା ସ୍ଥିତ ପାଇକ ସାହି ଛକଠାରେ ପହଞ୍ଚିବା ପରେ ସେଠାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଆଦିବାସୀ ନୃତ୍ୟ ବାଜା ଓ ମହିଳାଙ୍କ ହୁଳହୁଳି ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ଅନା ଯାଇଥିଲା । ବିଡ଼ିଓ: ଆକାଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମ୍ପୂର୍ଣତା ଅଭିଯାନ ଉପରେଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ଶ୍ରୀ ପଣ୍ଡା ନୀତି ଆୟୋଗଙ୍କ ପ୍ରାୟୋଜିତ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହି ଏହି ଅଭିଯାନ ଅନ୍ତର୍ଗତରେ ଲୋକଙ୍କ ଶିକ୍ଷା , ସ୍ୱାସ୍ଥ୍ୟ , ପୋଷଣ , ଭିତ୍ତିଭୂମି ବିକାଶ , ସାମାଜିକ ଓ ଅର୍ଥନୈତିକ ଭଳି ୬ ଟି ମାନଦଣ୍ଡରେ କିଭଳି ସଫଳ ରୂପାୟନ କରାଯାଇ ପାରିବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମାବ୍ଲକ୍ ଅଧ୍ୟକ୍ଷା ସୁନେମି ମଣ୍ଡଳ , ନୀତି ଆୟୋଗର ନୀତି ପ୍ରକାଶ , ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁ ଚନ୍ଦନ ପୁଝାରୀ , କୃଷି ଅଧିକାରୀ ନାରାୟଣ ଚାନ୍ଦ , ମେଡିକାଲ ଅଫିସର ଡ଼ାଃ ପାର୍ଥିବ ପଣ୍ଡା ଏବଂ ସିଡିପିଓ: ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପୂର୍ଣତା ଅଭିଯାନ ଉଦ୍ଦେଶ୍ୟ ଓ ରହିଥିବା ୬ଟି ମାନଦଣ୍ଡ ସହ ତାର ସଫଳତା ଉପରେ ଆଲୋକପାତ କରିଥିଲେ । ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ବିଡ଼ିଓ ଆକାଶ ପଣ୍ଡା ଶପଥ ପାଠ କରାଇଥିଲେ । ଏହି ଅବସରରେ ସଭାସ୍ଥଳରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ , ସମଗ୍ର ଶିକ୍ଷା ଅଭିଯାନ , କୃଷି ବିଭାଗ , ସ୍ୱୟଂ ସହାୟିକା ଗୋଷ୍ଟି , ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସଚେତନତା ଷ୍ଟଲ ଖୋଲାଯିବା ସହ ଚିକିତ୍ସା ଶିବିରରେ ରକ୍ତଚାପ ଓ ମଧୁମେହ ପରୀକ୍ଷା କରା ଯାଇଥିଲା । ୧୫ ଜଣ ଚାଷୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ସହ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ୬ ଟି ଜନହିତକର କାର୍ଯ୍ୟକ୍ରମ ଉପରେ ପୂର୍ବରୁ ଅନୁଷ୍ଠିତ ପେଣ୍ଟିଂ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା । ଏହି ସଭା କାର୍ଯ୍ୟକ୍ରମରେ ବ୍ଲକର ଉପେନ୍ଦ୍ର ମାଛ ସଞ୍ଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ