ସୋରଡ଼ା ବିଧାୟକଙ୍କ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାକ୍ତର ପଦବୀ ପୂରଣ ନେଇ ପ୍ରତିଶୃ୍ତି
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି I ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ସେ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଵଚ୍ଛତା, ରୋଗୀଙ୍କ ପ୍ରତି ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ଉତ୍ତମ ବ୍ୟବହାର ଦେଖି ସନ୍ତୋଷ ପ୍ରକଟ କରିଛନ୍ତି I କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଥିବା ଯୋଗୁଁ ସେ ଏହି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃ୍ତି ଦେଇଛନ୍ତି I ଏନେଇ ସେ ଗଞ୍ଜାମ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରିଙ୍କ ସହିତ କଥା ହେବା ସହ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡେପୁଟେସନରେ ଯାଇଥିବା ଡ଼ାକ୍ତରଙ୍କୁ ଫେରାଇ ଆଣିବା ଏବଂ ନୂତନ ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି I ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ଦୁଇଜଣ ଡାକ୍ତର କାମ କରୁ୍ଥିବା ବେଳେ ଆଗାମୀ ଦିନରେ ମେଡ଼ିସିନ୍ ଏବଂ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡ଼ାକ୍ତରଙ୍କୁ ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଞ୍ଚଳର ହଜାର ହଜାର ରୋଗୀ ନିର୍ଭର କରୁ୍ଥିବା ବେଳେ ଦୀର୍ଘଦିନ ଧରି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଅଭାବଜନିତ ସମସ୍ୟା ଲାଗି ରହିଛି I