ବିଶ୍ୱମଣି ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ଥିଲେ ତାହା ନୁହେଁ, ସମଗ୍ର ବିଶ୍ୱର ମାନବବାଦ, ସାମ୍ବାଦିକତା, ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିସ୍ଥଳରେ ୯୬ତମ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ଅସ୍ମିତା ତଥା ସାରସ୍ୱତ ଓଡ଼ିଆଙ୍କ ବ୍ୟକ୍ତିତ୍ୱ ଭାବେ ଚିର ସ୍ମରଣୀୟ ରହିବା ସହିତ ଆଜିର ଯୁବପିଢି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଅନ୍ୟତମ ସମ୍ମାନିତ ଅତିଥି ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା, ରମେଶ ପାତାଳସିଂ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବିଜୟ ପରିଡ଼ା, ଦିଲ୍ଲୀପ ଦାସଶର୍ମା, ଅନୁ ସାହୁ, କାମଦେବ ମହାପାତ୍ର, ରକ୍ଷକ ନାୟକ, ଡ. ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି ଅବସରରେ ପୂଜ୍ୟପୂଜା ପ୍ରାଣ ଦିଲ୍ଲୀପ ଦାସଶର୍ମାଙ୍କୁ ସମାଜସେବା ପାଇଁ ‘ଗୋପବନ୍ଧୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଉତ୍କଳ ସମ୍ମିଳନୀ, ଆମେ ଭୁବନେଶ୍ୱର ପ୍ରମୁଖ ସଂଗଠନମାନଙ୍କ ପକ୍ଷରୁ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।