ଦିଗପହଣ୍ଡି ଥାନାରେ ଆମ ପୋଲିସ ସମିତିର ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ଥାନା ଆଇଆଇସି ବାବାଶଙ୍କର ସରାଫଙ୍କ ଅଧ୍ଯକ୍ଷତାରେ ସୋମବାର ଥାନା ପରିସରରେ ଆମ ପୋଲିସ ସମିତିର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିଗପହଣ୍ଡି ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ସଚେତନ ନାଗରିକଙ୍କ ସହଯୋଗ ଲୋଡାଯିବା ସହ ନୂତନ ଫୌଜଦାରୀ ଆଇନ କାର୍ଯ୍ଯକାରିତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଥିଲା।ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, କ୍ଯାଡର ଏପିପି ବିପ୍ଲବ କୁମାର ମୁଦୁଲି ଏବଂ ବରିଷ୍ଠ ଆଇନଜୀବି ପରେଶ ଚନ୍ଦ୍ର ରଥ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।ଭାରତୀୟ ନ୍ଯାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ଯ ଅଧିନିୟମରେ ସମାଜର ସବୁ ବର୍ଗର ଲୋକଙ୍କୁ ସଠିକ ଓ ଶୀଘ୍ର ନ୍ଯାୟ ଯୋଗାଇଦେବା ବ୍ଯବସ୍ଥା ରହିଥିବା ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ।ଏସଆଇ ଦୁଷ୍ମନ୍ତ କୁମାର ପ୍ରଧାନ, ଏଏସଆଇ ଅଜୟ କୁମାର ନାୟକ, ନିଗମ ପ୍ରଧାନ, ନରସିଂହ ପାଣି ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ  ପଣ୍ଡା, କାଉନସିଲର ନୀଳମାଧବ ଗୌଡ, ସୁନିଲ କୁମାର ପଣ୍ଡା, କରିସ୍ମା ନାୟକ, ସରପଞ୍ଚ ଫନିନ୍ଦ୍ର ଗୋସ୍ୱାମୀ, ଲିଙ୍ଗରାଜ ଦୋରା, ଶିବରାମ ପ୍ରଧାନ, ବି. କ୍ରିଷ୍ଣାରାଓ ସୁବୁଦ୍ଧି, ବି. ଶ୍ଯାମଘନ, ଯୋଗେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ