ଯୁବ ସମାଜିକ କର୍ମୀଙ୍କ ହୃଦଘାତରେ ପରଲୋକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ମଧୁପୁର ଗ୍ରାମର ଯୁବ ସାମାଜିକ କର୍ମୀ ପ୍ରମୋଦ କୁମାର ପରିଡାଙ୍କର ଶନିବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ସେ ରାତିରେ ଖାଇ ସାରି ଶୋଇବାକୁ ଯିବା ସମୟରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣ କରିଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ଦିପକ ମୁଖାଗ୍ନୀ ଦେଇଥିଲା । ସେ ସ୍ଥାନୀୟ ଅଂଚଳରେ ବହୁ ଅନୁଷ୍ଠାନ ସହିତ ଜଡିତ ରହିଥିବା ବେଳେ ଗରିବ ଓ ବିପଦରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅକାଳ ବିୟୋଗରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ ମଲିକ,ବିଜେପି ଅଲଣା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଆଦି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ