କେନ୍ଦୁଝର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେକି?

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ସୋସୋ ଥାନା ଅଧିନ ସୋସୋ ପଞ୍ଚାୟତ ସମେତ କେ.ବାଲିପାଳ, ପଢିଆରିପଲ୍ଲୀ, ବାଙ୍ଗୋର, ବାଲିବରେଇ, ଧନୁର୍ଜୟପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସାଳନ୍ଦୀ ନଦୀ ଭାଗ କରୁଛି । ଏହି ପଞ୍ଚାୟତ ବାସିନ୍ଦା ମାନଙ୍କ ଘର, ପାଳ, ଚାଷଜମି, ଗୋଚର, ଖେଳ ପଡିଆ, ଶ୍ମଶାନ ଆଦି ନଦୀର ଉଭୟ ପାଶ୍ୱର୍ରେ ରହିଛି । ନଦୀର ଉଭୟ ପାଶ୍ୱର୍କୁ ଯିବାକୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିଶେଷ ଭାବେ ବର୍ଷାଦିନ ମାନଙ୍କରେ ନଦୀରେ ବଢିପାଣି ଆସିଲେ ନଦୀକୂଳିଆ ଗ୍ରାମବାସୀଙ୍କ ଅସୁବିଧା କହିଲେ ନ ସରେ । ଏ ଅଞ୍ଚଳର ଏକ ମାତ୍ର ସାଳନ୍ଦୀ ନଦୀ ବିଦ୍ୟାଧରପୁର ବ୍ୟାରେଜରୁ ବାହାରି ହାଟଡିହି, ବନ୍ତ ଓ ଭଦ୍ରକ ବ୍ଲକ ହୋଇ ବୋହି ଯାଇଛି । ସୋସୋ ପଞ୍ଚାୟତ ରେ ଏହି ନଦୀର ଦକ୍ଷିଣ ପାଶ୍ୱର୍ରେ ଜନବସତି ଥିବା ବେଳେ ଉତ୍ତର ପାଶ୍ୱର୍ରେ ପର୍ଯ୍ୟାପ୍ତ ପରିମାଣରେ ଚାଷ ଜମି ସାଙ୍ଗକୁ ସରକାରୀ ଓ ବେସରକାରୀ ଜମି ରହିଛି । ଏହି ଗ୍ରାମର ଉଭୟ ପାଶ୍ୱର ମଧ୍ୟସ୍ଥଳୀରେ ନଦୀ ପ୍ରଭାବିତ ହେଉଥିବାରୁ ବିଶେଷ କରି ବର୍ଷା ଦିନେ ଲୋକେ ନାହିଁ ନଥିବା ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି । ସୋସୋ ପଞ୍ଚାୟତର ୨ନମ୍ବର ୱାର୍ଡ ବାସୀ ନଦୀର ଅପରପାଶ୍ୱର୍ରେ ବସବାସ କରୁଥିବାରୁ ରେସନ ହେଉ ବା ଭତ୍ତା ପାଇଁ ପ୍ରତିମାସ ବରିଷ୍ଠ ବ୍ୟକ୍ତି ମାନେ ବିପଦ ପୂର୍ଣ୍ଣ ଭାବେ ନଦୀ ପାର ହୋଇ ସାମଗ୍ରୀ ଆଣିବାକୁ ବାଧ୍ୟ୍ୟ ହୋଇଥାନ୍ତି । ବିଶେଷ କରି ବର୍ଷା ଦିନେ ନଦୀର ପାଣି ବଢିଲେ ସେମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ସୋସୋ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ସ୍କୁଲ, ବଉଳା ମହାବିଦ୍ୟାଳୟ ସୋସୋ, ସେବା ସମବାୟ ସମିତି ଥିବାରୁ ଉପରୋକ୍ତ ପଞ୍ଚାୟତ ବାସୀଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତବାସୀ ଏଠାକୁ ଦୈ÷ନଦିନ କାର୍ଯ୍ୟ ପାଇଁ ଆସିଥାନ୍ତି । ସଂପୃକ୍ତ ଅଞ୍ଚଳର ଅନତୀ ଦୂରରେ ୨ଟି ସେତୁ ଥିଲେ ସୁଦ୍ଧା ଏହା ଯିବା ଆସିବା ନିମନ୍ତେ ଅନୁପଯୁକ୍ତ ହେତୁ ଅଞ୍ଚଳବାସୀ ୭/୮ କି.ମି ଅଧିକ ରାସ୍ତା ପାରି ହୋଇ ଚାଷ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଏପରିକି ନଦୀ ଅପରପାଶ୍ୱର୍ରେ ଥିବା ଶ୍ମଶାନକୁ ଘାଟ କାର୍ଯ୍ୟ ନିମନ୍ତେ ଯାଇ ନପାରି ନଦୀର ଏପାରିରେ ବିନା ଘାଟରେ ଦଶାହ କ୍ରିୟା କରୁଛନ୍ତି । ଯଦି ସୋସୋ ସ୍ଥିତ ବ୍ରାହ୍ମଣ ସାହି ଘାଟରେ ନୂତନ ଭାବେ ସେତୁ ନିର୍ମାଣ ହୋଇପାରନ୍ତା, ତେବେ ଉତ୍ତର ପାଶ୍ୱର୍ରେ ଥିବା ପ୍ରାୟ ଶହ ଶହ ଏକର ଜମିରେ ଜନବସତି ସୃଷ୍ଟି ହେବା ସହ ଅଦରକାରୀ ହୋଇ ପଡି ରହିଥିବା ଜମି ଗୁଡିକ ଉପଯୋଗୀ ହୋଇପାରନ୍ତା । ଉପରୋକ୍ତ ସମସ୍ୟାକୁ ଦୃଷ୍ଟି ଦେଇ ରାଜ୍ୟର ଶାସନାଧିନ ନୂତନ ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମହୋନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ବରିଷ୍ଠ ନାଗରିକ ଶରତ କୁମାର ରାଉତ, ସରପଞ୍ଚ ରାଜକିଶୋର ଜେନା, ରମେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଦିନବନ୍ଧୁ ପହି, ରମାକାନ୍ତ ସିଂହ, ରଘୁନାଥ ରାଉତ, ବିଶ୍ୱନାଥ ରାଉତ, ନାରାୟଣ ଚନ୍ଦ୍ର ରାଉତ, ମହୋନ କୁମାର ମହାନ୍ତି, ପ୍ରଶାନ୍ତ କୁମାର ମାଝି, କେଦାର ରାଉତ, ରବିନ୍ଦ୍ରନାଥ ରାଉତ, ବସନ୍ତ କୁମାର ଦାସ, ଗିରିସ ଚନ୍ଦ୍ର ନାୟକ, ବସନ୍ତ କୁମାର ରାଉତଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ