ଓଡ଼ିଶାର ବିକାଶରେ ଆନ୍ଧ୍ର ଠିକାଦାରଙ୍କ ଆନ୍ତରିକତା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ରପ୍ରଦେଶ ଠିକାଦାର ଓଡ଼ିଶାରେ ଠିକା କାମ କରୁଛନ୍ତି. ଏହି ଠିକାଦାରମାନେ ଆନ୍ଧ୍ର ପ୍ରଦେଶର ହୋଇଥିବାରୁ ଓଡ଼ିଶାର ବିକାଶ ପାଇଁ ଏମାନଙ୍କର ଆନ୍ତରିକତା ନାହିଁ. ଏହି ଆନ୍ଧ୍ର ଠିକାଦାରମାନେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ଆୟତ୍ତ କରି ଠିକା କାମରେ ଅତ୍ୟଧିକ ଲାଭ ପାଇଁ ନିମ୍ନମାନର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି. ଏଥିରେ ଏହି ଆନ୍ଧ୍ର ଠିକାଦାରମାନେ ଓଡ଼ିଶାର ରାଜସ୍ୱକୁ ଲୁଟି ଚାଲିଛନ୍ତି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ଗତ ସରକାର ସମୟରେ ବିଭିନ୍ନ ଚାପ ଦ୍ୱାରା ଏହି ଆନ୍ଧ୍ର ଠିକାଦାରମାନେ ଓଡ଼ିଶାର ବିକାଶ ପାଇଁ ରାସ୍ତା ନିର୍ମାଣ କରିବା ପାଇଁ ଠିକା କାମ ପାଇଛନ୍ତି. ସେହି ରାଜନୈତିକ ଚାପ ଦ୍ୱାରା ଏମାନେ କାହାକୁ ଖାତିର ନ କରି ମାତ୍ର କିଛି ଅର୍ଥ ଦ୍ୱାରା ଯନ୍ତ୍ରୀ ଓ ଅଧିକାରୀଙ୍କୁ କରାୟତ୍ତ କରି ଓଡ଼ିଶାର ଅର୍ଥକୁ ଲୁଟି ଚାଲିଛନ୍ତି. ଘଟଣା ନେଇ ବର୍ତ୍ତମାନର ସରକାର ଉଚ୍ଚସ୍ତରୀୟ ସରକାରୀ ତଦନ୍ତ ସହ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବା ସହ ଆନ୍ଧ୍ର ଠିକାଦାରଙ୍କ ଓଡିଶା ରାଜସ୍ୱ ଅର୍ଥର ଲୁଟକୁ ରୋକାଯାଇପାରିବ ବୋଲି ସାଧାରଣରେ ଦାବି ହୋଇଛି. ଘଟଣାରୁ ପ୍ରକାଶ, ୧୨ ଗୋଟି ବ୍ଲକକୁ ନେଇ ଗଠିତ ଗଜପତି ଜିଲ୍ଲାର କାଶୀନଗର ବ୍ଲକ। ଏଠାକାର ଜନସାଧାରଣଙ୍କ ମୌଳିକ ଆବଶ୍ୟକ‌ତା ପୂରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ରାସ୍ତାଘାଟ ନିର୍ମାଣରେ ସରକାର ବହୁଅର୍ଥ ବିନିଯୋଗ କରୁଛନ୍ତି । କିଛି ଦିନ ହେଲା କାଶୀନଗର ବ୍ଲକ ଇଦୁଡ଼ି ଗ୍ରାମଠାରୁ ଖାଣ୍ଡବା ଗ୍ରାମ ପର୍ଯ୍ୟନ୍ତ ପୂର୍ବ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାମ ଜାରି ରହିଛି। କିନ୍ତୁ ଏଥରେ ନିମ୍ନମାନର କାମ ହେଉଥିବା ନେଇ ଅଞ୍ଚଳବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ କେହି କଣ୍ଠପାତ କରୁନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ପୂର୍ବରୁ ଥ‌ିବା ପିଚୁ ରାସ୍ତାକୁ ହଟାଇ ରାସ୍ତାର ସମ୍ପ୍ରସାରଣ ସ‌ହିତ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ପାଚେରୀ ଓ ଜଳ ନିଷ୍କାସନ ପାଇଁ କର୍ଲଭର୍ଟ କରିବା ପାଇଁ ନିର୍ଦ୍ଦେଶ ଥିବା ଜଣାପଡ଼ିଛି। କିନ୍ତୁ କିଛି ସ୍ଥାନରେ ରାସ୍ତାଉପରୁ ବିଦ୍ୟୁତ୍ ଖୁଣ୍ଟି ନହଟାଇ ରାସ୍ତା ନିର୍ମାଣ କରାଯାଉଥିବା ଦେଖ‌ିବାକୁ ମିଳିଛି। ଏପରିକି ଅନ୍ୟ କେତେକ ସ୍ଥାନରେ ପୁରୁଣା କର୍ଲଭର୍ଟ ଉପରେ ରାସ୍ତା ନିର୍ମାଣ କରାଯାଇଛି। ସେହିପରି ରାସ୍ତାପାର୍ଶ୍ଵରେ ପାଚେରୀ ଗୁଡିକୁ ଭାଇବ୍ରେଟର ନଦେଇ କାମଚଳା ଭାବେ ତଥା ତରବରିଆ ଭାବେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିଲେ ସେ ନାଲିଆଖ୍ ଦେଖାଇବା ସହ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହି ଆପରି କରୁଥିବା ଅଞ୍ଚଳବାସୀଙ୍କୁ ସେ ଦୁବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଠିକାଦାର ଜଣକ ଆନ୍ଧ୍ରର ହୋଇଥିବା ବେଳେ କାହା ଛତ୍ରଛାୟା ତଳେ ରହି ସେ କାର୍ଯ୍ୟ କରୁଛନ୍ତି ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ମଧ୍ୟ ସେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ବିଭାଗୀୟ ଏସଡିଓଙ୍କୁ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରାଯାଇଥିଲେ ହେଁ ତାଙ୍କଠାରୁ କୌଣସି ଉତ୍ତର ମିଳିପାରି ନାହିଁ। ବିଭାଗୀୟ କର୍ମଚାରୀ ଉକ୍ତ ରାସ୍ତାନିର୍ମାଣ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରରହି ତଦାରଖ କରୁ ନଥିବା ଯୋଗୁ ପ୍ରତିବାଦ ସତ୍ତ୍ୱେ ଠିକାଦାରଙ୍କ ପକ୍ଷରୁ ନିମ୍ନମାନର କାମ ଜାରି ରହିଥ‌ିବା ଦେଖୁବାକୁ ମିଳିଛି I ଉକ୍ତ ରାସ୍ତାରେ ଥ‌ିବା ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ହୋଇ କେତେକ ଯାତ୍ରୀ ଓ ପଥଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ରାସ୍ତା ଆଗାମୀ ଦିନରେ ମରଣଯନ୍ତା ପାଲଟିବାର ଆଶଙ୍କା ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ