ସୁଭଦ୍ରା’ ଯୋଜନା ଯୋଗାଇଦେବା ନାମରେ ଟାଉଟର ସକ୍ରିୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସାମିଲ କରିବା ନାମରେ ସମଗ୍ର ଜିଲ୍ଲାରେ ଟାଉଟରମାନେ ସକ୍ରିୟ ହୋଇଉଠିଛନ୍ତି. ଏହି ଟାଉଟରମାନେ ସୁଭଦ୍ରା ଯୋଜନା ଦ୍ୱାରା ଟଙ୍କା କରେଇ ଦେବା ନାମରେ ୪ ରୁ ୫ ଶହ ଟଙ୍କା ଦାବି କରି ଠକି ନେଉଥିବା ଅଭିଯୋଗ ହେଉଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ବିଶେଷ କରି ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷଣୀ, ଗୁମ୍ମା, କାଶୀନଗର ଆଦି ବ୍ଲକ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳ ଗୁଡିକରେ ଏଭଳି ଅନେକ ଟାଉଟର ସକ୍ରିୟ ହୋଇଥିବା ସୂଚନା ମିଳିଛି. ୧୮ ରୁ ୬୦ ବର୍ଷ ମଧରେ ବିବାହିତା ମହିଳାଙ୍କ ପାଇଁ କେନ୍ଦ୍ର ସରକାର ସୁଭଦ୍ରା’ ଯୋଳନା ହାତକୁ ନେଇଛନ୍ତି। ତେବେ ଏହା କେବେ କାର୍ଯ୍ୟକାରୀ ହେବ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନି। କିନ୍ତୁ ଏହା ପୂର୍ବରୁ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଦଲାଲ ଓ ଟାଉଟରମାନେ ଏହି ଯୋଜନା କରେଇ ଦେବା ନାମରେ ଯୋଜନାର ନକଲି ନିୟମାବଳୀ ପ୍ରସ୍ତୁତ କରି ମହିଳାଙ୍କଠୁ ଟଙ୍କା ଲୁଟିବା ଆରମ୍ଭ କରିଛନ୍ତି। ‘ମୁଭଦ୍ରା’ ଯୋଜନା ଆରମ୍ଭ ହୋଇସାରିଲାଣି, ଏଣୁ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ୪୦୦ ଟଙ୍କା ରୁ ୫୦୦ ଟଙ୍କା ଲେଖାଏଁ ଦିଅନ୍ତୁ ବୋଲି କହି ପ୍ରଲୋଭନ ଦେଖାଉଛନ୍ତି। ଆଉ ଟଙ୍କା ଲୁଟି ନେଇ ପରବର୍ତ୍ତୀ ସମୟରେ ଦେଖା ଦେଉନାହାନ୍ତି। କେବଳ ଏତିକି ନୁହେଁ, କିଛି ଦଲାଲ ବାୟୋଡାଟା ଫର୍ମ ଧରି ବୁଲୁଛନ୍ତି ଏହାକୁ ପୂରଣ କରିବାକୁ ମହିଳାମାନଙ୍କୁ ପ୍ରବର୍ତାଉଛନ୍ତି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍ଗା ଲେଖାଏଁ ଋଣ ମିଳିବ, ଯାହାକୁ ବିନା ସୁଧରେ ପରିଶୋଧ କରିବାକୁ ପଡ଼ିବ ବୋଲି କହୁଛନ୍ତି କିନ୍ତୁ କେତେମାସରେ ପରିଶୋଧ କରିବାକୁ ହେବ ? ଏହି ପ୍ରଶ୍ନର ଉତ୍ତର ଦଲାଲମାନେ ଦେଇପାରୁନାହାନ୍ତି। ତେବେ କିଛି ମହିଳା ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଏଦେଠାରୁ ବିଭିନ୍ନ ସେବାକେନ୍ଦ୍ରରେ ଆବାସିକ ଓ ପ୍ରମାଣପତ୍ର ପାଇଁ ଆବେଦନ କରୁଥିବ ବେଳେ ଏହା ଜାଣି ଦରାଇ ସେମାନ ପାଖରେ ପହଞ୍ଚି ଯାଉଛନ୍ତି। ଗଜପତି ଜିଲ୍ଲାର ନୂଆଗଡ ବ୍ଲକ୍ର ଅନୁଗୁରୁ କିରାମା, ସମ୍ବଲ ଲପୁର, ଏନ.ଝାଲାରସିଂ, ପରିମଳ ଓ ଆର.ଉଦୟଗିରି ଗ୍ରାମାଞ୍ଚଳରେ ଏଭଳି ଦଲାଲ ଓ ଠକମାନେ ସକ୍ରିୟ ଅଛନ୍ତି। ଗଜପତି ଜିଲ୍ଲାର କେତେକ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଏଭଳି ଠକ ଓ ଦଲାଲମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ. ଏଥିସହ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ସୁଭଦ୍ରା ଯୋଜନା ନେଇ ମହିଳାମାନଙ୍କୁ ଆବଶକ୍ୟ ସଚେତନ କରାଯାଉ.