ଗଙ୍ଗାଧର ମହାପାତ୍ର ଥିଲେ ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ର ବିଶିଷ୍ଟ ଜନନେତା,ପୂର୍ବତନ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ,ଆଇନ ବିଶାରଦ ସ୍ବର୍ଗତ ଗଙ୍ଗାଧର ମହାପାତ୍ର ଙ୍କ ୧୧୧ ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଗଙ୍ଗାଧର ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି. ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ, ସମ୍ବାଦ ର ପ୍ରତିଷ୍ଠାତା, ପୂଜ୍ୟପୂଜା ପ୍ରାଣ ସୌମ୍ୟ ରଞ୍ଜନ ପଟନାୟକ,ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ, ସ୍ତମ୍ଭକାର, ଦାସ ବେନହୁର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥିଭାବେ ପୂର୍ବତନ ଦିନ ଡ଼ ବୁଦ୍ଧ ଦେବ ମିଶ୍ର,ସନ୍ଥ ପ୍ରଫୁଲ୍ଲ ମହାରାଜ, ପର୍ଶୁରାମ ଦ୍ବିବେଦୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ର ଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ. ମୁଖ୍ୟ ଅତିଥି ମତ ବ୍ୟକ୍ତ କରି କହିଥିଲେ ଯେ ସେ ଥିଲେ ଅଜାତ ଶତ୍ରୁ ଓ ତାଙ୍କ ପରି ବ୍ୟକ୍ତିତ୍ୱ ଆଜିକାଲି ଆମେ ପାଇବା ବହୁ କଷ୍ଟ କର. ଏକା ଧାରାରେ ସ୍ୱାଧୀନତା ସଂଗ୍ରାମୀ, ଆଇନ ବିଶାରଦ,ମନ୍ତ୍ରୀ,ଶିକ୍ଷା ବିତ ସହିତ ବହୁ ବ୍ୟକ୍ତିତ୍ୱ ର ଅଧିକାରୀ.ଏହି ଅବସରରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା.କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶୀଳ ଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ