ଶ୍ରୀ ଅନନ୍ତ ବାସୁଦେବଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନୟାହାଟର ଆରାଧ୍ୟ ଦେବତା ଶ୍ରୀ ଅନନ୍ତ ବାସୁଦେବଙ୍କ ବାହୁଡ଼ା ଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିର ମା ବିଶେଶ୍ୱରୀ ମନ୍ଦିର ଠାରେ ଥିବା ଶ୍ରୀ ଅନନ୍ତ ବାସୁଦେବ ଠାକୁର ଙ୍କୁ ପହଣ୍ଡି ରେ ରଥାରୁଢ଼ କରାଯିବା ପରେ ସିଂଘପାନିଆ ଗ୍ରାମ ରୁ ରାଜା ଅମିୟ କୁମାର ସାହୁ ଏକ ବିରାଟ ଶୋଭାଯାତ୍ରା ରେ ରଥ ନିକଟକୁ ଆସି ପାରମ୍ପରିକ ପ୍ରଥାନୁସାରେ ଛେରା ପହଁରା କାର୍ଯ୍ୟ କରିଥିଲେ। ତା ପରେ ରଥଟଣା ଆରମ୍ଭ ହୋଇଥିଲା। ରଥ ପୁରୁଣା ହାଟ, ଫାଣ୍ଡି ଛକ, ଧୁମାଳୋ ଛକ,ସିଂଘପାନିଆ ଗ୍ରାମ ଦେଇ ସଂଧ୍ୟାରେ ମନ୍ଦିର ନିକଟରେ ପହଁଚିଥିଲା। ବାଟ ର ବିଭିନ୍ନ ସ୍ଥାନ ରେ ଭକ୍ତ,ବ୍ୟବସାୟୀ ମାନଙ୍କ ପକ୍ଷରୁ ଠାକୁରଙ୍କୁ ଫଳ,ମୂଳ,ନଡ଼ିଆ , ପୋଡ଼ପିଠା ପ୍ରଭୃତି ଭୋଗ ଲାଗି କରିଥିଲେ। ପୂଜକ ଦୂର୍ଗା ଚରଣ ଦାଶ ଠାକୁର ଙ୍କ ପୂଜା ନୀତି, ଭୋଗ ଲାଗି କରିଥିଲେ। ଏବେ ଠାକୁର ରଥ ଉପରେ ଅବସ୍ଥାନ କରିବେ। ବୁଧବାର ଦିନ ଠାକୁର ଙ୍କ ସୁନାବେଶ ନୀତି, ଗୁରୁବାର ଦିନ ଅଧରପଣା ନୀତି,ଶୁକ୍ରବାର ଦିନ ନୀଳାଦ୍ରି ବିଜେ କରାଯିବ ବୋଲି କହିଛନ୍ତି ଗୋବିନ୍ଦ ଚନ୍ଦ୍ର ସାହୁ। ଠାକୁର ଙ୍କ ବାହୁଡା଼ ଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ସ୍ଥାନୀୟ ଫାଣ୍ଡି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ