ଆଜି ହେଉଛି ବିଶ୍ୱ ସର୍ପ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଧାରଣତଃ ସାପ ନାଁ ଶୁଣିଲେ ମଣିଷ ଛାନିଆ ହୋଇଯାଏ । ସାପ ବିଷାକ୍ତ ଜନ୍ତୁ ହୋଇଥିବାରୁ ଭୟ ଲାଗିବା ସ୍ୱାଭାବିକ । ସାପ କାମୁଡିଦେଲେ ମନ ଭିତରେ ଭୟ ପଶିଯାଏ । ସାପ କାମୁଡିବା ଏକ ଦୁର୍ଘଟଣା, ଯାହା ଶତପ୍ରତିଶତ ଆରୋଗ୍ୟ ସାଧ୍ୟ । ଅନ୍ୟ ପକ୍ଷରେ ସାପ ପୃଥିବୀର ଜୈବ ଶୃଙ୍ଖଳ (ଇକୋସିଷ୍ଟମ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଶେଷ କରି ଫସଲ ପ୍ରତି କ୍ଷତିକାରକ ବେଙ୍ଗ, ମୂଷା ଓ କୀଟପତଙ୍ଗ ଆଦିକୁ ଦମନରେ ସାପ ପ୍ରମୁଖ ଭୂମିକା ନେଇଥାଏ । ସେହିପରି ସାପ ବିଷ ବି ମଣିଷ ଜୀବନ ବଂଚାଇଥାଏ । କ୍ୟାନସର ଓ ଅନ୍ୟ କେତେକ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏଣୁ ସାପର ସଂରକ୍ଷଣ ନିମନ୍ତେ ସମାଜକୁ ସଚେତନତା ବାର୍ତ୍ତା ଦେବାପାଇଁ ପ୍ରତିବର୍ଷ ଜୁଲାଇ ୧୬ତାରିଖଟିକୁ ବିଶ୍ୱ ସର୍ପ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଂଚଳର କୁନି ଚିତ୍ରଶିଳ୍ପୀ ରଙ୍ଗ ତୂଳୀରେ ଚିତ୍ର ମାଧ୍ୟମରେ ବିଶ୍ୱବାସୀଙ୍କୁ ବରିଷ୍ଠ ବାର୍ତ୍ତା ଦେଇଛନ୍ତି । ଏ ସଂପର୍କରେ ସେ କୁହନ୍ତି ସାପ ହେଉଛି ପରିବେଶର ବନ୍ଧୁ । ସାପ ନରହିଲେ ପରିବେଶ ସନ୍ତୁଳନ ବିଗିଡିଯିବ । କୌଣସି କାରଣ ବଶତଃ ସାପ ଯଦି ଘରେ ପଶିଯାଏ ତେବେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କ ସହାୟତାରେ ଉଦ୍ଧାର କରନ୍ତୁ କିନ୍ତୁ ମାରନ୍ତୁ ନାହିଁ ବୋଲି ଶାନ୍ତନୁ ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ