ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିରାମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଜୀବନ ଜ୍ୟୋତି ବାରିକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱେଚ୍ଛାସେବୀ ତଥା ମିରମ୍ବିକା ଭିଲେଜର ପ୍ରତିଷ୍ଠାତା ଜୀବନ ଜ୍ୟୋତି ବାରିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମିରାମ୍ବିକା କିପରି ଆହୁରି ଅଧିକ ସଶକ୍ତ ଓ ସୁଦୃଢ ହୋଇପାରିବ, ସେ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ନାରୀସଶକ୍ତିକରଣ କରିବାରେ ଏହି ଅନୁଷ୍ଠାନର ବିଶେଷ ଭୂମିକା ରହିଛି । ମିରାମ୍ବିକା ରାଜ୍ୟରେ ୨ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ ହେବାକୁ ସୁଯୋଗ ଦେଇଛି । ପୂର୍ବରୁ ମଧ୍ୟ ମିରାମ୍ବିକା ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରି ପ୍ରଶଂସାର ପାତ୍ର ହୋଇପାରିଥିଲା । ଆଗାମୀ ଦିନରେ ମଧ୍ୟ ମିରାମ୍ବିକା ତାର ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ରଖିବ ବୋଲି ଶ୍ରୀ ବାରିକ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ