ଝିପିଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠାରେ ପ୍ରବଳ ଜନ ସମାଗମରେ ବାହୁଡ଼ିଲେ କଳା ସାଆନ୍ତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ମାଉସୀ ମାଆ ଘରେ ନବଦିନାତ୍ମକ ଯାତ୍ରା ସାରି ନିଜ ମନ୍ଦିର ଅଭିମୁଖେ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ I ଏହି ଅବସରରେ ବେଲଗୁଣ୍ଠା ପେଣ୍ଠସାହି ଏବଂ ବାଲିଡି ସାହି ସମେତ ବ୍ଳକ୍ର ଗୋବରା, ଜୟନ୍ତୀଗଡ଼ ଏବଂ ପାଇଲିପଡ଼ାରେ ଉତ୍ସାହର ସହିତ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ଅପରାହ୍ଣ 5 ଘଣ୍ଟା 15 ମିନିଟ୍ ସମୟରେ ବେଲଗୁଣ୍ଠା ପେଣ୍ଠ ସାହିରେ ଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଥିବା ବେଳେ ସନ୍ଧ୍ୟା 6 ଘଣ୍ଟା 50 ମିନଟ୍ ସମୟରେ ଠାକୁରଙ୍କର ପହଣ୍ଡି ହୋଇଥିଲା I ପହଣ୍ଡି ସମୟରେ ପଦ୍ମଫୁଲ ଯୁକ୍ତ ଟାହିଆ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ଅତ୍ୟନ୍ତ ରମଣୀୟ ଦେଖାଯାଉଥିଲା I ସେହିପରି ବେଲଗୁଣ୍ଠା ବାଲିଡି ସାହିରେ ସନ୍ଧ୍ୟା 6 ଘଣ୍ଟା 50 ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଟାହିଆ ଲାଗି କରାଯାଇ ରୀତିନୀତି ମୁତାବକ ରଥ ଟଣାଯାଇଥିଲା I ବେଲଗୁଣ୍ଠାରେ ଝିପିଝିପି ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା I ସେହିପରି ବ୍ଳକ୍ ର ଗୋବରା, ପାଇଲିପଡ଼ା,ଜୟନ୍ତୀଗଡ଼ ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପ୍ରତ୍ଯେକ ଗ୍ରାମରେ ଆଜି ନୀତି ନିର୍ଘଣ୍ଟ ଅନୁଯାୟୀ ପୂଜାବିଧି ସମାପନ ହେବା ସହିତ ଅପରାହ୍ଣରେ ଜଗନ୍ନାଥା ମନ୍ଦିର ଅଭିମୂଖେ ରଥ ଟଣା ଯାଇଥିଲା I ହଜାର ହଜାର ଭକ୍ତ ରଥ ଟଣାରେ ଅଂଶଗ୍ରହଣ କରିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ଦାଣ୍ଡ ଉଛୁଳି ପଡ଼ିଥିଲା I ଏହା ସହିତ ଗ୍ରାମ ଗୁଡ଼ିକରେ ପିଲାମାନଙ୍କ ଦ୍ୱାରା ନିର୍ମିତ କୁନି ରଥ ଗୁଡ଼ିକ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା I ବେଲଗୁଣ୍ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଜୟନ୍ତୀଗଡ଼,ଗୋବରା, ପାଇଲିପଡ଼ାରେ ଗାଙ୍ଗପୁର ଥାନା ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ