ନାଟ୍ୟକାର ବାସନ୍ତୀ ପାଣିଙ୍କ ‘ଏକୋଇଶ ଏକାଙ୍କିକା’ ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା):‘ଚନ୍ଦ୍ରଭାଗା ପ୍ରକାଶନୀ’ କୃତ ନାଟ୍ୟକାର ବାସନ୍ତୀ ପାଣିଙ୍କ ‘ଏକୋଇଶ ଏକାଙ୍କିକା’ ପୁସ୍ତକ ହରିଶ ପାଣି ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ସଭାଗୃହରେ ଗବେଷକ ନାଟ୍ୟକାର ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଚର୍ଚ୍ଚିତ ଅଭିନେତା ଲୋକନାଥ ଲେଙ୍କା, ଏକାଡେମୀ ପୁରସ୍କୃତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, କବି-ନାଟ୍ୟକାର ଡ. ହରିଶ୍ଚନ୍ଦ୍ର ବେହେରା, ନାଟ୍ୟ-ଗବେଷକ ଡ. ରମାକାନ୍ତ ନାୟକଙ୍କ ମିଳିତ ସମାବେଶରେ ଏବଂ କେନ୍ଦ୍ର ସାହିତ୍ୟ ଅକାଦେମୀ ସଦସ୍ୟ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଲୋକାର୍ପିତ ହୋଇଯାଇଛି ।ଏହି ଅବକାଶରେ ବାଲେଶ୍ୱର ମାଟିକୁ ଗୌରବାନ୍ୱିତ କରିଥିବା କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପ୍ରାପ୍ତ କଥାକାର ସଂଜୟ କୁମାର ପଣ୍ଡା, ନବ ନିର୍ବାଚିତ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ରେମୁଣା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟଥର ବିଧାୟକ ନିର୍ବାଚିତ ଗୋବିନ୍ଦ ଦାସ ଏବଂ ସର୍ବକନିଷ୍ଠ ନିର୍ବାଚିତ ପ୍ରାର୍ଥୀ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ ମାନସ କୁମାର ଦତ୍ତଙ୍କୁ ‘ଆମ ମାଟିର ଗୌରବ’ ସମ୍ମାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିôା ସଂଗେସଂଗେ ସମ୍ବର୍ଦ୍ଧିତ ପ୍ରତିଭାମାନେ ସେମାନଙ୍କ ବାଲେଶ୍ୱର ମାଟି ପାଇଁ ଅଙ୍ଗୀକୃତ ଅଭିବ୍ୟକ୍ତି ରଖିଥିଲେ ।ଚନ୍ଦ୍ରଭାଗର ନିର୍ଦ୍ଦେଶକ କବି ଶ୍ରୀଦେବ ତଥା ହରିଶ୍ଚନ୍ଦ୍ର ପାଣି ଫାଉଣ୍ଡେସନ୍‌ର ବିଜୟ ପାଣି, ଅଜୟ ପାଣି ଏବଂ ସଂଜୟ ପାଣିଙ୍କ ଯୁଗ୍ମ ଆବାହକତ୍ୱରେ ଏବଂ ବରିଷ୍ଠ ଆଇନଜୀବୀ ପର୍ଶୁରାମ ପ୍ରଧାନଙ୍କ ସଂଯୋଜନାରେ ‘ଆମ ନାଟକ: ଭୂମି ଓ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ରରେ ଶ୍ରୀମତୀ ଯଶୋଧାରା ଦାସ, ନୀଳଗିରିର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଗବେଷକ ଡ. ଶିରିଶ ଚନ୍ଦ୍ର ଜେନା, ଡ. ଦିଲ୍ଲୀପ ରଥ, ଆଶିଷ ଚକ୍ରବର୍ତ୍ତୀ, ସଂଗ୍ରାମ ମହାନ୍ତି, ସୁଶାନ୍ତ କୁମାର ଦାସ ପ୍ରମୁଖ ଆମ ନାଟକର ଭୂମି ଓ ଭୂମିକା ସଂପର୍କିତ ନିଜନିଜର ବହୁବିଧ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।ସର୍ବଶେଷରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ପାଣିଙ୍କ କନିଷ୍ଠ ପୁତ୍ର ସଂଜୟ ପାଣି ଉପସ୍ଥିତ ଅତିଥି, ବିଧାୟକ ଏବଂ ନାଟ୍ୟପ୍ରେମୀ ସାରସ୍ୱତ ଅନୁଗ୍ରାହୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ନାଟ୍ୟକାର ଶ୍ରୀମତୀ ବାସନ୍ତୀ ପାଣିଙ୍କ ପରିବାରର ଅନ୍ୟମାନଙ୍କ ସହ ଶ୍ରୀମତୀ ପ୍ରିୟଙ୍କା ପାଣି କାର୍ଯ୍ୟକ୍ରମକୁ ସଫଳତାର ସହ ତ୍ୱରାନ୍ୱିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ