ଓଡ଼ିଶା ସରୀସୃପ ମହାସଂଘ ଓ ଓଡ଼ିଶା ଅଣଗେଜେଟେଡ଼ ବନସେବା ସଂଘ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରୀସୃପ ଉଦ୍ଧାରକାରୀ ମହାସଂଘ ଏବଂ ଓଡ଼ିଶା ଅଣ ଗେଜେଟେଡ଼ ବନସେବା ସଂଘର ମିଳିତ ଆନୁକୂଲ୍ୟରେ ମଞ୍ଚେଶ୍ୱର ଅଞ୍ଚଳର କୁଆଖାଇ ନଦୀପଠାରେ ୧୦୦ରୁ ଉର୍ଦ୍ଧ୍ୱ ତାଳଗଛ ରୋପଣ କରାଯାଇଅଛି । ଯାହାଫଳରେ ଭବିଷ୍ୟତରେ ‘ଘଡ଼ଘଡ଼ି’ରୁ ମୁକୁଳିପାରିବ । ଆଗାମୀ ଦିନରେ ଉଭୟ ମହାସଂଘ ପକ୍ଷରୁ ୧୦୦୦ ତାଳଗଛ ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି ଓଡ଼ିଶା ସରୀସୃପ ଉଦ୍ଧାରକାରୀ ମହାସଂଘର ଉପଦେଷ୍ଟା ମହେନ୍ଦ୍ର ପରିଡ଼ା, ସଭାପତି ପଞ୍ଚାନନ ସେଠି, ଉପସଭାପତି ସଂଗ୍ରାମ କେଶରୀ ଦାସ, ସମ୍ପାଦକ ଜ୍ଞାନଲୋକ ଗିରି, ସହ ସମ୍ପାଦକ କାହ୍ନୁଚରଣ ବାରିକ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଦାସ, ବ୍ରଜକିଶୋର ସାହୁ ଓ ରଣଜିତ ଓଝା ଉପସ୍ଥିତ ଥିଲାବେଳେ ଓଡ଼ିଶା ଅଣଗେଜେଟେଡ଼ ବନସେବା ସଂଘର ସଭାପତି ଜଗବନ୍ଧୁ ପାତ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ କୋଷାଧ୍ୟକ୍ଷ କମଳାକାନ୍ତ ଶ୍ରୀଚନ୍ଦନ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।