କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ୪୪ ତମ ପ୍ରତିଷ୍ଠା ଉତ୍ସବ ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼.ନରସିଂହ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନନିକ ଭାବେ ଶୁଭ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରକାଶ ଚନ୍ଦ୍ର ଜେନା,ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ହରିକୃଷ୍ଣ ନାୟକ ସଭାରେ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକ ଛାତ୍ରୀ ଛାତ୍ର ମାନଙ୍କୁ ଉଦବୋଧନ ଦେଇ ଆଦର୍ଶ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେବା ସହ କବି ନରସିଂହ ମାଠଙ୍କ ସାହିତ୍ୟକୃତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ନିରଞ୍ଜନ ଦାସ,ସଦସ୍ୟା ଲିଲି ପ୍ରଧାନ, ନନ୍ଦିନୀ ପ୍ରଧାନ, ସୁଜାତା ମହାନ୍ତି, ସାମାଜିକ କର୍ମୀ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମର ମଧ୍ୟପର୍ବରେ ଡ଼. ପ୍ରକାଶ ଚନ୍ଦ୍ର ଜେନା ଓ ସୁଶ୍ରୀ ସ୍ୱାଗତିକା ଗୌଡ଼ଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରିୟଙ୍କା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରୀ ବୃନ୍ଦ ନୃତ୍ୟ ସଙ୍ଗୀତ ଓ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ବୃନ୍ଦ ଓ ସମସ୍ତ ଛାତ୍ରୀ ଛାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ସମାପିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।                                       

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ