ଶ୍ରାବଣ ମାସ ଜଳଲାଗି ପୂର୍ବରୁ ବାଲିଘାଟ ପରିଦର୍ଶନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରାବଣ ମାସ ଆଗମନରେ ପବିତ୍ର ଶୈବପୀଠମାନଙ୍କରେ ପ୍ରତ୍ୟେକ ସୋମବାର ଜଳଲାଗି ଆରମ୍ଭ ହେବ । ଏହି କ୍ରମରେ ବାଲେଶ୍ୱର ସହରର ବୁଢାବଳଙ୍ଗ ନଦୀ କୂଳ ବାଲିଘାଟରୁ ହଜାର ହଜାର ଶ୍ରଦ୍ଧାଳୁ ଘଟ ଉତ୍ତୋଳନ ପୂର୍ବକ ନୀଳଗିରିର ପଂଚଲିଙ୍ଗେଶ୍ୱର ମେତ ଅନ୍ୟାନ୍ୟ ଅନ୍ୟାନ୍ୟ ଅଂଚଳର ଶିବମନ୍ଦିରକୁ ଜଳଲାଗି ପାଇଁ ଯିବେ । ଏହି ପରିପେକ୍ଷ୍ରୀରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଅନୁଧ୍ୟାନ ପାଇଁ ବାଲିଘାଟ ଠାରେ ପହଂଚିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ସୋମବାର ଜଳ ଲାଗି ପାଇଁ ରବିବାର ଅପରାହ୍ନରୁ ଶ୍ରଦ୍ଧାଳୁମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥାଆନ୍ତି । ନଦୀରେ ଗାଧୋଇବା ସହିତ କୂଳରେ ପୂଜାର୍ଚ୍ଚନା କରିଥାଆନ୍ତି ସେମାନେ । ସେଥିପାଇଁ ସମଗ୍ର ନଦୀତୁଠର ସଫେଇ କରିବା ପାଇଁ ପୌରପାଳିକା ଅଧିକାରୀଙ୍କୁ ବିଧାୟକ ଶ୍ର ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଘାଟକୁ ମଧ୍ୟ ପରିଷ୍କାର ପରିଚ୍ଛନ ରଖିବା ପାଇଁ ସେ କହିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନଦୀ ଘାଟରେ ସୁରକ୍ଷା ସହିତ ସମଗ୍ର ଅଂଚଳରେ ଅତିରିକ୍ତ ଆଲୋକ ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ବାଲେଶ୍ୱର ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଂଚଳ ମିଶ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୁଜିତ ଦେବ, ଯୋଗେନ୍ଦ୍ର ସାହୁ, ଅଶୋକ ଦାସ, ଯୋଗେନ ରଣା, ବିରଞ୍ଜନ ମହାରଣା, ଛବିନ୍ଦ୍ର ସାହୁ, ଯୋଗେନ୍ଦ୍ର ଖିଲାର, ତପନ ନନ୍ଦି, ଧିରଜ ମହାନ୍ତି, ମନୋରଞ୍ଜନ ନନ୍ଦି, ଶ୍ରୀୟା ଦାସ, ଆଶାଲତା ବାଡ଼ି, ପିଣ୍ଟୁ ପାଣିଗ୍ରାହୀ, ସୁରେନ ମାଝୀ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ