ବ୍ଲକ ଦୌଡି ଦୌଡି ନୟାନ୍ତ ହିତାଧୁକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଅସହାୟ ଲୋକ ମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ହାଟଡିହି ବ୍ଲଳରେ ଅନେକ ଲୋକ ବିଭାଗୀୟ କର୍ମଚାରୀ ଙ୍କ ଦାୟିତ୍ୱ ହୀନତା ଯୋଗୁ ଆବାସ ଯୋଜନାରେ ଘର ପାଇ ମଧ୍ୟ ଘର ନିର୍ମାଣ କରିପାରୁ ନାହାନ୍ତି। ବାରମ୍ବାର ବ୍ଲକ କାର୍ଯ୍ୟାଳୟ କୁ ଆସି ନିରାଶ ହୋଇ ଫେରୁଛନ୍ତି। ଅଭିଯୋଗ ଅନୁଯାଇ ହାଟଡ଼ିହି ବ୍ଲକ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଧୂଶାସନ ସାହୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି।ସେ ଭଙ୍ଗା ଚଳଘରେ ବସବାସ କରୁଥିବାରୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଆବେଦନ କରିଥିଲେ। ଆବେଦନ ସମୟରେ ସେ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦେଇଥିଲେ। ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ବର୍ଷେ ପୂର୍ବରୁ ଘର ଯୋଗାଇ ଦିଆ ଯାଇଥିଲା। ମାତ୍ର ତାଙ୍କୁ କେହି ଏ ବାବଦରେ ଜଣାଇ ନଥିଲେ କି ତାଙ୍କ ଏକାଉଣ୍ଟ କୁ ପ୍ରଥମ କିସ୍ତି ମଧ୍ୟ ଯାଇ ନଥିଲା। କିନ୍ତୁ ଗତ୪ମାସ ତଳେ ସଡଙ୍ଗ ପଞ୍ଚାୟତରେ ନିଯୁକ୍ତ ଜିଓ ଟେଗ କର୍ମଚାରୀ ଫଟୋ ଉଠାଇବାକୁ ଯିବାରୁ ସେ ଘର ପାଇଥିବା ଓ ତାଙ୍କୁ ୪୦ହଜାର ଅଗ୍ରୀମ ଦିଆ ଯାଇଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ବ୍ୟାଙ୍କ ଯାଇ ତାଙ୍କ ଏକାଉଣ୍ଟ ଚେକ କରିବାରୁ ଟଙ୍କାଟିଏ ବି ଯାଇ ନଥିବା ଜାଣିବା ପରେ ବ୍ଲକ କୁ ଆସି ବୁଝାବୁଝି କରିବାରୁ ଆଇତିପୁର ପଞ୍ଚାୟତ ର ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଏକାଉଣ୍ଟ କୁ ଟଙ୍କା ପଳାଇଥିବା ବ୍ଲକ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଧୁଶାସନ ସେହି ଦିନ ଠାରୁ ବାରମ୍ବାର ବ୍ଲକ କୁ ଦୌଡୁଥିଲେ ବି ଦୁଇଦିନ ଭିତରେ, ଆସନ୍ତା ସପ୍ତାହରେ ଟଙ୍କା ପଳାଇବ ବୋଲି କହି ଫେରାଉଛନ୍ତି। ଯାହା ଦ୍ୱାରା ସେ ଏକ ଭଙ୍ଗା କୁଡ଼ିଆରେ କାଳାତିପାତ କରୁଛନ୍ତି। ଏନେଇ ସେ ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି ବୋଲି କହିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ଗ୍ରାମ୍ୟ ବ୍ୟାଙ୍କ ନମ୍ବର ଦେଇଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆ ହିତାଧିକାରୀଙ୍କ ଖାତାକୁ ଟଙ୍କା ଗଲା କିପରି। ଏଥିପାଇଁ ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ବାରମ୍ବାର ଫେରୁଥିବାରୁ ସେ ମାନସିକ ଅଶାନ୍ତି ଭୋଗ କରୁଛନ୍ତି ବୋଲି କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟିଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।