ମହେନ୍ଦ୍ରଗିରି ପୀଠକୁ ପର୍ଯ୍ୟଟନ ତୀର୍ଥକ୍ଷେତ୍ର ମାନ୍ୟତା ପାଇଁ ଗୁରୁତ୍ବଆରୋପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦଭାବନା ସଭାଗୃହରେ ପଞ୍ଚାଯତ ସମିତିର ନବମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ହିମାଳୟ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ପର୍ଯ୍ୟଟନ ଓ ତୀର୍ଥକ୍ଷେତ୍ରର ମାନ୍ୟତା ଦେଇ ବିକାଶ କରାଯିବା ପାଇଁ ଏହି ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଛି. ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସଭାପତିତ୍ବରେ ବୈଠକ ହୋଇଥିଲା | ନବ ନିର୍ବାଚିତ ମୋହନା ବିଧାୟକ ଦାଶରଥ୍ ଗମାଙ୍ଗଙ୍କୁ ଅଧ୍ଯକ୍ଷା ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ | ଏଥିରେ ବିଡିଓ ସୁଧୀର କୁମାର ସିଂ. ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ତହସିଲଦାର ସଦାଶିବ ଭାତ୍ରା, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସାଂସଦ ପ୍ରତିନିଧ୍ ଆର୍ ବିଜୟ କୁମାର ମଞ୍ଚାସୀନ ଥିଲେ | ସରକାରଙ୍କ ସହଯୋଗରେ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରି ଶୈବ ପୀଠକୁ ପର୍ଯ୍ୟଟନ କ୍ଷେତ୍ର ପରିବର୍ତ୍ତେ ତୀର୍ଥକ୍ଷେତ୍ରର ମାନ୍ୟତା ଓ ଏହାର ତ୍ବରାନ୍ବିତ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ କାର୍ଯ୍ୟକୁ ଆଗକୁ ନେବା ବୋଲି ବିଧାୟକ ଦାଶରଥ୍ ଗମାଙ୍ଗ ପ୍ରକାଶ କରିଥିଲେ I । ବର୍ତ୍ତମାନ ବର୍ତ୍ତମାନ ବର୍ଷା ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ, ଡେଙ୍ଗୁ ଓ ଡାଇରିଆ ଆଦି ପାଇଁ ଲୋକଙ୍କୁ ସଚେତନତା କରାଯିବା ସହ କୀଟ ମହଜୁଦ ଥିବା ଡା ସବୀର କୁମାର ବଳ କହିଥିଲେ I ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଛଅ ବର୍ଷ ହେବ ଡାକ୍ତର ନଥିବା ବେଳେ ଏବେ ଡା ଲିପସା ସାହୁଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି ଆଦେଶ ହୋଇଥିଲେ ମଧ୍ୟ ସେ କହିକି ଯୋଗ ଦେଇନାହାଁନ୍ତି ବୋଲି ଗୃହରେ ପଞ୍ଚାୟତ ପ୍ରତିନିଧୂ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ପଞ୍ଚାୟତ ପ୍ରତିନିଧ୍ ଦାବି କରିଥିଲେ। ବ୍ଲକ କାର୍ଯ୍ୟାଳୟକୁ କନିଷ୍ଠ ଯନ୍ତ୍ରୀ ଠିକ୍ ଭାବେ ଆସୁନଥିମ୍ବା ବେଳେ ଉନ୍ନୟନ କାର୍ଯ୍ୟରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ବହୁତ୍ ଦିନ ପର୍ଯ୍ୟନ୍ତ ପ୍ରାପ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଗୃହରେ ପଞ୍ଚାୟତ ପ୍ରତିନିଧ୍ ହଟ୍ଟଗୋଳ କରିଥିଲେ। ପ୍ରତି ସପ୍ତାହରେ ଶୁକ୍ରବାର ଦିନ ସମସ୍ତ କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ନିଶ୍ଚିତ ଭାବେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ସମସ୍ୟାର ସମାଧାନ କରିବା ପାଇଁ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶକୁ ଉପାଧ୍ଯକ୍ଷ ଜ୍ୟୋତି ପ୍ରସାଦ ପାଣି ଅବଗତ କରାଇଥିଲେ | ବିଦ୍ୟାଳୟ ଗୁଡିକରେ ବହୁ ବର୍ଷ ଧରି ଶିକ୍ଷକ ରହିଆସୁଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ବଦଳି କରିବା ପାଇଁ ସାନତୁଣ୍ଡି ସରପଞ୍ଚ ସଂଘମିତ୍ରା ଶବର ଦାବି କରିଥିଲେ। ଏହା ସହ ଗଙ୍ଗାବାଡ଼ ବିଦ୍ୟାଳୟ ପରିସରରେ ଶିକ୍ଷକ ଜି. ରାମ ବାବୁ ମାଦକଦ୍ରବ୍ୟ ଆଦି ରଖ୍ ସ୍କୁଲ ପରିବେଶକୁ ନଷ୍ଟ କରୁଥିବା ସରପଞ୍ଚ ହରିବନ୍ଧୁ କାର୍ଜୀ ଅଭିଯୋଗଆଣିଥିଲେ କେରାଣ୍ଡି ବିଦ୍ୟାଳୟର ଶିକ୍ଷକ ପି ରମେଶ ନିଯମିତ ସ୍କୁଲରେ ଅନୁପସ୍ଥିତ ରହିଥିବା ନେଇ ସମିତି ସଭ୍ୟ ଗୋବଦ୍ଧନ ଶବର ଅଭିଯୋଗ କରିଥିଲେ। ରାୟଗଡ଼ ବ୍ଲକରେ ଗୋଟିଏ ମାତ୍ର ଛତୁଆ କେନ୍ଦ୍ର ଥିବାରୁ ଆଉ ଗୋଟିଏ ଛତୁଆ କେନ୍ଦ୍ର ଖୋଲିବା ପାଇଁ ସାଂସଦ ପ୍ରତିନିଧ ଆର୍ ବିଜୟ କୁମାର କହିଥିଲେ I ସାମାଜିକ ଓ ସୁରକ୍ଷା ବିଭାଗରେ କର୍ମଚାରୀ ଦଲାଲିଙ୍କ କବଜାରେ ରହି ହିତାଧିକାରୀ ଚୟନରେ ଅନିୟମିତତା କରୁଥିବା ଅଭିଯୋଗ ନେଇ ପଞ୍ଚାୟତ ପ୍ରତିନିଧ ବିଏସ୍ଏସ୍ୱ ନମିତା ଚାନ୍ଦ ନାୟକଙ୍କୁ ଘେରିଥିଲେ| ଉକ୍ତ ବୈଠକରେ ବିଦ୍ୟୁତ୍ ବିଭାଗ, ଆର୍.ଡି. ରାମଗିରି ରେଞ୍ଜ୍ ଓ ଦେବଗିରି ରେଞ୍ଜର ଅଧୂକାରୀ ଅନୁପସ୍ଥିତକୁ ନେଇ ପଞ୍ଚାଯତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ଦାବି କରାଯାଇଥିଲା। ଏଥିସହ ବିଭିନ୍ନ ବିଷୟକୁ ନେଇ ବୈଠକରେ ସରଗରମ ସହ ହୋହାଲ୍କା ହୋଇଥିଲା । ବୈଠକ ରେ ଶିକ୍ଷା, ଭନ୍ନୟନ, ପଶୁସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ଉଦ୍ୟାନ, ସାମାଜିକ ଓ ସୁରକ୍ଷା, ଓଡ଼ିଶା ଜିବିକା ମିଶନ, ମିଶନ ଶକ୍ତି, ସମନ୍ବିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ, ପାନୀୟଜଳ ଓ ପରିମଳ, ବନ ବିଭାଗ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ପଞ୍ଚାୟତ ପ୍ରତିନିଧ୍ ବିଭାଗୀୟ ସମ୍ପର୍କିତ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ବୈଠକକୁ ସରଗରମ କରିଥିବା ଦେଖୁବାକୁ ମିଳିଥିଲା । ଆଜିର ବୈଠକରେ ବ୍ଲକର ସମସ୍ତ ବିଭାଗୀୟ ଅଧୂକାରୀ ଓ ପିଇଓ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଜିପିଇଓ ସେନାପତି ଶବ୍ଦର ପରିଚାଳନା କରିଥିବାବେଳେ ପେଷା ସଂଯୋଜକ ଶ୍ରୀଧର ଦାସ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ