ପାରଳାର ବହୁ ପୁରାତନ ଦୋଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପିଇଓଙ୍କୁ ଦାବିପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ବହୁ ପୁରାତନ ଜଳାଶୟ ଦୋଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦୋଳବନ୍ଧ ଉନ୍ନୟନ କମିଟି ତରଫରୁ ପାରଳାଖେମୁଣ୍ଡି ପୌରପରିଷଦ ଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I ଦୋଳବନ୍ଧ ଉନ୍ନୟନ କମିଟି ୨୦୦୩ ମସିହାରୁ ଦୋଳବନ୍ଧର ସଫାସୁତରା ସହ ଉନ୍ନତି ନିମନ୍ତେ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକରି ଆସୁଥିଲା। ପରବର୍ତ୍ତୀ ସମୟରେ ଉନ୍ନୟନ କମିଟିକୁ ପୌରପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରା ନ ଯାଇ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦିଆଯାଇଥିଲା। ତାପରେ ପୌରପରିଷଦ ତରଫରୁ ଦୋଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ନାମରେ ବହୁ ଟଙ୍କା ବ୍ୟୟ କରାଗଲା କିନ୍ତୁ ତାର ସଠିକ୍ ଉପଯୋଗ ହୋଇନାହିଁ | ସେହି କାରଣରୁ ଦୋଳବନ୍ଧର ବିକାଶ ହୋଇ ପାରି ନ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏଥିଯୋଗୁଁ ଗଭୀର ପଖୋରୀପୋତି ପାତି ହେବା, ଜଳସଂରକ୍ଷଣ ହୋଇ ନ ପାରିବା, ପରିବେଶ ବହୁ ମାତ୍ରାରେ ପ୍ରଦୂଷିତ ହେବା ସହ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଇଛି । ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ସକାଶେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲିପିନା ଦାଶଙ୍କ ନିକଟରେ ଦାବି କରିଛ ରିଛନ୍ତି। ଏହି ଦାବିପତ୍ରପ୍ରଦାନ ବେଳେଦୋଳବନ୍ଧ ଉନ୍ନୟନ କମିଟି ରବହୁ ସଦସ୍ୟଗଣ ଉପସ୍ଥିତ ଥିଲେ