ଚକୁଳିପଡା ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବାକୁ ନେଇ ଅଙ୍ଗନୱାଡି କର୍ମୀ ଓ ସହାୟୀକାଙ୍କୁ କାରଣ ଦର୍ଶାଅ ନୋଟିସ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଚକୁଳିପଡା ଅଙ୍ଗନୱାଡି କେନ୍ଦ୍ର ଗତ ୨ଦିନ ଧରି ବନ୍ଦ ରହିଥିଲା ।ଏସଂକ୍ରାନ୍ତରେ ସିଡିପିଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତି କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ପତ୍ର ସଂଖ୍ୟା-୫୨୯ ତା ୨୬ ଜୁଲାଇ ୨୦୨୪ରେ କେନ୍ଦ୍ରର କର୍ମୀ ଆଶାଲତା ଦାସ ଓ ସହାୟିକା କୁନିଲତା ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଛି । ନୋଟିସ ପାଇବାର ୩ ଦିନ ମଧ୍ୟରେ ଲିଖିତ କୈଫତ ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ନିୟମାନୁସାରେ କର୍ମୀ କିମ୍ବା ସହାୟିକାଙ୍କ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ ଅସୁବିଧା ଥିଲେ ପଂଚାୟତର ସରପଂଚ, ୱାର୍ଡ ମେମ୍ବର , ଯାଂଚ କମିଟିକୁ ଲିଖିତ ଅବଗତ କରାଇବା ସହିତ ମୁଖ୍ୟ ପରିଦର୍ଶିକାଙ୍କୁ ଜଣାଇବେ । କିନ୍ତୁ ଉକ୍ତ କେନ୍ଦ୍ରର କର୍ମୀ ଓ ସହାୟୀକା ଜୁଲାଇ ୨୫ ଓ ୨୬ ରେ ମନୋମୁଖୀ ଭାବେ କେନ୍ଦ୍ର ବନ୍ଦ ରଖିଥିଲେ ମଧ୍ୟ କାହାକୁ ଲିଖିତ ଭାବେ ଜଣାଇ ନାହାନ୍ତି । ଏପରି ମନୋମୁଖି କାର୍ଯ୍ୟ ଯୋଗୁ ନୋଟିସ ପାଇବା ପରେ କମିଟି ନିକଟରେ କୈଫତ ପ୍ରଦାନ କରିବେ । ଅଭିଯୋଗକାରୀଙ୍କ ଲିଖିତ ପତ୍ର ନ ପାଇବା ପର୍ଯ୍ୟନ୍ତ ମାସିକ ମାନଦେୟ ସ୍ଥଗିତ ରଖାଯିବ ବୋଲି ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ନୋଟିସକୁ ସିଡିପିଓ ବାସନ୍ତୀ ମାଇନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଅବଗତି ନିମନ୍ତେ ପଠାଇଛନ୍ତି । କେନ୍ଦ୍ର ବନ୍ଦ ରହିବା ସଂପର୍କରେ ଅଙ୍ଗନୱାଡି କର୍ମୀ ଆଶାଲତା ଦାସଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।