କାର୍‌ଗିଲ୍ ସହିଦ୍‌ଙ୍କ ସ୍ମୃତିରେ ଗୋଟିଏ ଗଛ

ବାଲେଶ୍ୱର, (ସରୋଜ ପଣ୍ଡା):କାର୍ଗିଲ୍ ବିଜୟ ଦିବସ ପାଳନ ଅବସରରେ ନିଖିଳ ଓଡ଼ିଶା ଭେଟେରାନ୍ ସୋଲ୍‌ଜର୍ ଆସୋସିଏସନ୍‌ର ବାଲେଶ୍ୱର ଶାଖା ପକ୍ଷରୁ ତାମୁଳିଆ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖାର ସଭାପତି କ୍ୟାପ୍‌ଟେନ୍ ଚନ୍ଦ୍ରମଣି ମହାପାତ୍ର ଓ ରାଜ୍ୟ ଆସୋସିଏସନ୍ କର୍ମକର୍ତ୍ତା ମହେଶ୍ୱର ବେହେରାଙ୍କ ନେତୃତ୍ୱର ୫୦ରୁ ଊର୍ଦ୍ଧ୍ୱ ଚାରାଗଛ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ହୋଇଚାଲିଛି । ବିଶ୍ୱବାସୀଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ ପୃଥିବୀର ସବୁଜିମା ଫେରାଇଆଣିବାକୁ ପଡ଼ିବ । ତେଣୁ ଏହି କାର୍ଯ୍ୟକ୍ରମରେ ‘ଲାୟନ୍‌ସ କ୍ଲବ୍‌’ର ସଦସ୍ୟ, ‘ବାଲେଶ୍ୱର ସଫଳ ଏକାଡେମୀ’ର ଛାତ୍ରଛାତ୍ରୀ ମେଘଡମ୍ବରୁ ଓ ଫକୀରମୋହନ ନଗରର ବାସିନ୍ଦାମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ‘କାରଗିଲ୍ ଯୁଦ୍ଧରେ ସହିଦ୍‌ମାନଙ୍କ ସ୍ମୃତିରେ ଗୋଟିଏ ଗଛ’ ଆହ୍ୱାନରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଲଗାତର ଭାବେ ଚାଲିବ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ଦେଶକୁ ସୁରକ୍ଷା ପ୍ରଦାନରେ ଯେଉଁମାନେ ନିଜକୁ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ