କେନ୍ଦ୍ରାପଡାରେ ପୂର୍ବତନ ସୈନିକ ସଙ୍ଘର ୨୫ତମ କାର୍ଗିଲ ଦିବସ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ସଙ୍ଘର ସଭାପତି ଅନରାରୀ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ତିନିମୁହାଣୀ ଛକସ୍ଥିତ ସହୀଦସ୍ତମ୍ଭ ପରିସରରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଓ ଦୀପଦାନ କରାଯିବା ପରେ ସହୀଦ ବୀର ଜୱାନମାନଙ୍କ ପାଇଁ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା । କାର୍ଗିଲ ଯୁଦ୍ଧ ଲଢ଼ିଥିବା ପ୍ରଦୀପ ପାତ୍ର, ବିଚିତ୍ର କୁମାର ନାୟକ, ଶତୃଘ୍ନ ଓଝା, ବ୍ରଜକିଶୋର ସାହୁ ଏବଂ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କ୍ୟାପଟେନ ଅଭୟ କୁମାର ଲେଙ୍କା, ସୁବେଦାର ମେଜର ବ୍ରଜକିଶୋର ସାହୁ, ୱାରେଣ୍ଟ ଅଫିସର ପ୍ରଦୀପ ପାତ୍ର, ସଂଘର ପ୍ରତିଷ୍ଠାତା ଆଇନଜୀବୀ ମହେଶ୍ୱର କର, ସୁବେଦାର ପ୍ରଦୀପ ସାହୁ, ସୁବେଦାର ବିଚିତ୍ର କୁମାର ନାୟକ, ପ୍ରଫୁଲ୍ଲ ଉପାଧ୍ୟାୟ, ପ୍ରଭାତ ରାଉତ, ନାରାୟଣ ଜେନା, ଗୌରାଙ୍ଗ ସ୍ୱାଇଁ, କୈଳାଶ ରାଉତ, ହୃଷିକେଶ ସୁତାର, ଜଗନ୍ନାଥ ନାୟକ, ଅଞ୍ଜନ ପରିଡା, ନିରଞ୍ଜନ ଦାସ, ଅମର ଦାସ, ସମାଜସେବୀ ରଞ୍ଜିିତ ସିଂ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ