ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୪୩ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷତାକରି ଅନୁଷ୍ଠାନର ଗଠନରେ ପ୍ରତିଷ୍ଠାତା ସଭ୍ୟମାନଙ୍କର ପ୍ରଚେଷ୍ଟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଟ ଶିକ୍ଷାବୀତ ରଘୁନାଥ ରାଉତ ଯୋଗଦେଇ ଅନୁଷ୍ଠାନର ଉତ୍ତରତ୍ତୋର ପ୍ରଗତିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୀରହନୁମାନଜୀଉ ଡିଗ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବଳରାମ କର ଏବଂ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ. ମନୋରଞ୍ଜନ ମହାନ୍ତି ଯୋଗଦେଇ ଅନୁଷ୍ଠାନକୁ ଆଗେଇ ନେବାକୁ ଅନେକ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ବାସୁଦେବ ଜେନା, ଅର୍ଜୁନ ଚରଣ ଜେନା, ଡ. ଅମୀୟ କୁମାର ରାଉତ, ଡ. ରତ୍ନମଞ୍ଜରୀ ଦାଶ, ଜଗଦାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଅତୀତର ସ୍ମୃତିକୁ ମନେପକାଇଥିଲେ । ଏହି ସଭାରେ ବୀରହନୁମାନଜୀଉ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ବସନ୍ତ କୁମାର ବରାଳଙ୍କୁ ଉପଢୈାକନ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ +୨ ବାର୍ଷିକ କଳା, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଅନୁରାଧା ରଣା, ପ୍ରୀୟଦର୍ଶିନୀ ସାହୁ ଏବଂ ସରୋଜୀନି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଡ. ହିମାଂଶୁ ଭୂଷଣ ପରିଡା ସ୍ୱାଗତ ସଂଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ହେମନ୍ତ କୁମାର ଶତପଥୀ ଏବଂ ଡ. ଆଲୋକ ରାୟ ସଭାକୁ ସଂଯୋଜନା କରିଥିଲେ । ସର୍ବଶେଷରେ ପ୍ରଫେସର ଅମ୍ଳାନ କିରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ