୧୨ବର୍ଷ ପରେ ଫେରାର ହତ୍ୟା ଅଭିଯୁକ୍ତ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧୀନ କେ.ବାଲିପାଳ ପଞ୍ଚାୟତ ଭଅଁରା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାର ଫେରାର ଅଭିଯୁକ୍ତକୁ ୧୨ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି ସୋସୋ ପୁଲିସ। ସୂଚନା ଅନୁଯାଇ ସୂଚନା ଅନୁଯାଇ ୨୦୧୨ ମସିହାରେ ଭଅଁରା ଗ୍ରାମର ମନ୍ଦାର ବିଶ୍ଵାଳ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ପ୍ରମିଳା ବିଶ୍ଵାଳ ସେତେବେଳେ ଅଭିଯୋଗ କରିଥିଲେ । ଏହାକୁ ନେଇ ସୋସୋ ପୁଲିସ କେସ୍ ନଂ୩୧/୨୦୧୨ରେ ଏକ ମକଦ୍ଦମା ରୁଜୁ କରିଥିଲା । ଏଥିରେ ଚନ୍ଦ୍ରମଣି ବିଶ୍ୱାଳ, ସୁଲୋଚନା ଓ ଗ୍ରୀନ୍ ବିଶ୍ଵାଳ (ଜୟନ୍ତ) ଅଭିଯୁକ୍ତ ଥିଲେ | ସେଥିମଧ୍ୟରୁ ଚନ୍ଦ୍ରମଣୀ ଓ ସୁଲୋଚନା ସେହି ସମଯରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ | ଗ୍ରୀନ୍ ବିଶ୍ୱାଳ ସେହିଦିନରୁ ଫେରାର ଥିବାବେଳେ ଏବେ ଘରକୁ ଫେରିଥିବା ନେଇ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଗତ ୨୨ ତାରିଖ ରାତିରେ ସୋସୋ ପୁଲିସ ତାଙ୍କ ଘରେ ହଠାତ ଚଢଉ କରି ଗ୍ରୀନ୍ ବିଶ୍ବାଳକୁ ଗିରଫ କରି କୋର୍ଟଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ