ପଦ୍ମଲୋଚନ ଦତ୍ତଙ୍କ ତିନୋଟି ପୁସ୍ତକର ଲୋକାର୍ପଣ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ବହୁ ସାମାଜିକ ସଂଗଠନର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ଦତ୍ତଙ୍କ ଲିଖିତ ୩ଟି ପୁସ୍ତକ ଶନିବାର ପୂର୍ବାହ୍ନରେ ଲୋକାର୍ପଣ ହୋଇଯାଇଛି । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଓ ବକ୍ତାଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଓ ରେମୁଣା ସାହିତ୍ୟ ପରିଷଦର ସମ୍ପାଦକ ଡ. ଭାଗବତ ପ୍ରସାଦ ଦାସ ଯୋଗଦେଇ ‘ଜୀବନ ସଂଗ୍ରାମ’, ‘ସମ୍ପର୍କ’ ଓ ‘ସାଧୁବାଣୀ’ ପୁସ୍ତକର ସମୀକ୍ଷକ ଭାବେ ସେମାନଙ୍କର ମତପ୍ରଦାନ କରିଥିଲେ । ଏହି ପୁସ୍ତକଗୁଡ଼ିକ ସମାଜର ବିଭିନ୍ନ ଶ୍ରେଣୀର ଜନଜୀବନକୁ ନେଇ ଏକ ସୁସ୍ଥ ସମାଜ ଗଠନରେ କିପରି ସହାୟକ ହେବ ସେ ଦିଗରେ କବି ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିôବାରୁ ଆଲେଶଚକମାନେ ଶ୍ରୀ ଦତ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପରିଣତ ବୟସରେ ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଏହି କୃତିଗୁଡ଼ିକ ଏକ ଆଦର୍ଶ ଓ ନୈତିକତାର ପଥ ପ୍ରଦର୍ଶନ କରିବ ବୋଲି ସେମାନେ ମତ ଦେଇଥିଲେ । ଶ୍ରୀ ଦତ୍ତ ତାଙ୍କ ଲେଖକୀୟ ଅଭିବ୍ୟକ୍ତିରେ ପୁସ୍ତକଗୁଡ଼ିକ ରଚନା କରିବାରେ ପ୍ରୋତ୍ସାହନ ଦେଇଥିବା ଚରିତ୍ର୍ରଗୁଡ଼ିକୁ ସ୍ମରଣ କରିଥିଲେ । ନିଜ ଜୀବନ ସଂଗ୍ରାମର ଅନେକ ନିଛକ କାହାଣୀ କବି କବିତାଗୁଡ଼ିକରେ ସନ୍ନିହିତ କରିଛନ୍ତି । ସଭାକାର୍ଯ୍ୟ ଆରମ୍ଭରେ ମଞ୍ଚାସୀନ ଅତିଥିମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ଓ ଡ. କ୍ଷୀତିଶ୍ୱର ଦାଶ ବେଦପାଠ କରିଥିଲେ ।ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ସାମାଜିକକର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି ଶ୍ରୀ ଦତ୍ତଙ୍କ ସମ୍ପର୍କୀୟ ଜାମାତା ଆଇନଜୀବୀ ନିରଞ୍ଜନ ପରିଡ଼ା ଓ ଗୌରାଙ୍ଗ ପାଣିଗ୍ରାହୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ଦତ୍ତଙ୍କର ଦୀର୍ଘ ନିରାୟମ ଜୀବନ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତଙ୍କ ଶାଳକ କାର୍ତ୍ତିକ ଚନ୍ଦ୍ର ନାୟକ, କନ୍ୟା ସୁମତି ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବାଲେଶ୍ୱର ସହରର ବହୁ ସାହିତ୍ୟାନୁରାଗୀ ଓ ଅବସରପ୍ରାପ୍ତ କର୍ମଚାରୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।