ବାଲେଶ୍ଵରରେ ନୂତନ ରିଭର ସାଇଡ ପାର୍କ ନିର୍ମାଣ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ପୌରପାଳିକା ପରିବର୍ତ୍ତିତ ହେବ ମହାନଗରରେ, ପ୍ରତ୍ୟେକ ସହରବାସୀ ଏହାକୁ କାହିଁ କେତେ ଦିନରୁ ଅନେଇ ବସିଛନ୍ତି I ମାତ୍ର ୨୪ବର୍ଷର ବିଜୁ ଜନତା ଦଳ ଶାସନାଧୀନ ନବୀନ ପଟ୍ଟନାୟକ ସରକାର ଲୋକଙ୍କ ମୌଳିକ ଆବଶ୍ୟକତା ପୁରଣ କରିବାରେ ବିଫଳ ହୋଇଛନ୍ତି I ଫଳରେ ଘୋଷିତ ପ୍ରତ୍ୟେକ ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଇଛି I ୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ଶାସନକୁ ଆସିବ ପରେ ଆରମ୍ଭ ହୋଇଥିଲା ଅମୃତ ସହର ଯୋଜନା I ସେହି ଯୋଜନାରେ ବାଲେଶ୍ଵର ସହରକୁ ସାମିଲ ସହ ପୌରପାଳିକା ଅଞ୍ଚଳରେ ୩ଟି ପାର୍କ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହେଇଥିଲା I ମାତ୍ର ତତ୍କାଳୀନ ରାଜ୍ୟ ସରକାର ଅମୃତ ସହର ଯୋଜନା ସହ ପାର୍କ ନିର୍ମାଣରେ ବିଫଳ ହୋଇଥିଲେ I ଏହାକୁ ନେ଼ଇ ବୃଦ୍ଧି ପାଉଥିବା ଜନ ଅସନ୍ତୋଷକୁ ଦେଖି ୨୦୨୦ ଉପନିର୍ବାଚନ ପୂର୍ବରୁ ସହର ଉପକଣ୍ଠରେ ଏକ ପାର୍କ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା I ପ୍ରଥମେ ଜଳସେଚନ ବିଭାଗ ମାଧ୍ୟମରେ ବୁଢ଼ାବଳଙ୍ଗ ନଦୀ କୂଳରେ ରିଭର ସାଇଡ ପ୍ରୋଜେକ୍ଟ ଆରମ୍ଭ ସହ ସେଠାରେ ପରବର୍ତ୍ତୀ ସମୟରେ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା I ପରେ ପାର୍କ ନିର୍ମାଣ ପାଇଁ ନୁଣିଆଯୋରୀ ନିକଟବର୍ତ୍ତୀ ଆବର୍ଜନା ଜମା ହେଉଥିବା ସ୍ଥାନକୁ ବଛା ଯାଇଥିଲା I ଜଳସେଚନ ବିଭାଗ ପକ୍ଷରୁ ରିଭର ସାଇଡ ପ୍ରୋଜେକ୍ଟରେ ଅଳିଆଗଦା ଅଞ୍ଚଳକୁ ପୋତା ଯିବା ସହ ନୟନଯୋରୀକୁ ଖୋଳା ଯାଇଥିଲା I ତେବେ ପାର୍କ ନିର୍ମାଣ ପାଇଁ ଜଳସେଚନ ବିଭାଗ ନିକଟରେ କୌଣସି ପ୍ରସ୍ତାବ ନଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଅର୍ଥାଭାବ କାରଣରୁ ରିଭର ସାଇଡ ପ୍ରୋଜେକ୍ଟ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥିଲା Iରାଜ୍ୟରେ ନୂତନ ସରକାର ଗଠନ ପରେ ପାର୍କ ନିର୍ମାଣର ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇଥିବା ଜଣାପଡିଥିଲା I ବିଜେଡି ସରକାର ଦ୍ଵାରା ପ୍ରତାରଣାର ଶିକାର ହୋଇଥିବା ବାଲେଶ୍ଵର ସହରବାସୀଙ୍କ ପାର୍କ ପାଇଁ ଆବଶ୍ୟକତାକୁ ନୂତନ ଭାବେ ନିର୍ବାଚିତ ସଦର ବିଧାୟକ ମାନସ କୁମାର ଦତ୍ତ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଜଳସେଚନ ବିଭାଗ ପକ୍ଷରୁ ନୁଣିଆଯୋରୀ ଠାରେ ଚାଲିଥିବା ଏକାଧିକ ରିଭର ସାଇଡ ପ୍ରକଳ୍ପକୁ ପାର୍କ ନିର୍ମାଣରେ ରୂପାନ୍ତରିତ ପାଇଁ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ I ପରେ ବିଧାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ଵର ପୌରପାଳିକା ପକ୍ଷରୁ ଏକ ଅତ୍ୟାଧୁନିକ ରିଭର ସାଇଡ ପାର୍କ ନିର୍ମାଣ ପାଇଁ ନୂତନ ଭାବେ ଯୋଜନା ପ୍ରସ୍ତୁତ ସହ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି Iପୌରପାଳିକାର ପ୍ରସ୍ତାବକୁ ନେଇ ବିଧାୟକ ଶ୍ରୀ ଦତ୍ତ ରାଜ୍ୟ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ଏହା ସହିତ ପାର୍କ ନିର୍ମାଣ ପାଇଁ ଆବଶ୍ୟକ ଅନୁନ୍ୟ ୫କୋଟି ଟଙ୍କା ଅନୁଦାନ ଅର୍ଥ ମଞ୍ଜୁର ପାଇଁ ନିବେଦନ କରିଛନ୍ତି I ମନ୍ତ୍ରୀ ଶ୍ରୀ ମହାପାତ୍ର ମଧ୍ଯ ଏହାକୁ ଗୁରୁତ୍ବ ଦେଇ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ