ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢାଉ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର ବଳଗଣ୍ଡିସ୍ଥିତ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢାଉ କରାଯାଇ ସେଠାରୁ ଜନୈକ ନକଲି ଡାକ୍ତରକୁ ଗିରଫ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ପୋଲିସ ଫୋର୍ସ ସହିତ ଆଜି ସହରର ବଳଗଣ୍ଡିସ୍ଥିତ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢାଉ କରିଥିଲେ । ସେହି ସେଣ୍ଟରରେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ବଳଗଣ୍ଡି ଅଞ୍ଚଳର ଅମୂଲ୍ୟ ନାୟକଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ଚିକିତ୍ସା କରିବା ସହିତ ରୋଗୀଙ୍କ ରକ୍ତ, ମଳ, ମୂତ୍ର, ଗର୍ଭ ପ୍ରଭୃତି ପରୀକ୍ଷା କରୁଥିଲେ । ପଟ୍ଟାମୁଣ୍ଡାଇରୁ ଏକ ଲାବରୋଟୋରୀ ଉପରେ ଚଢାଉ କରାଯାଇ ତା’ର କୈାଣସି କାଗଜପତ୍ର ନଥିବା ଜଣାପଡିବା ପରେ ଜିଲାପାଳ ଶ୍ରୀ ବିକାଶଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ଶ୍ର୍ରୀ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ମିଶ୍ର, ଏସ୍‌ଡିପିଓ ଶ୍ରୀ ମଲ୍ଲିକ ପ୍ରମୁଖ ଏହି ଚଢାଉ କରିଥିଲେ । ଏହି ଟିମ ସହରରେ ଚାଲୁଥିବା ଅନ୍ୟ ଡାଇଗ୍ନୋଷ୍ଟି ସେଣ୍ଟର ଗୁଡିକ ଉପରେ ମଧ୍ୟ ଚଢଉ କରିଥିଲା । ଚଢାଉ ପରେ ଜଣାପଡିଥିଲା ଯେ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର ନାହିଁ । ତେଣୁ ପୋଲିସ ନକଲି ଡାକ୍ତର ଅମୂଲ୍ୟ ନାୟକଙ୍କୁ ଗିରଫ କରିବା ସହ ସଂପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ସିଲ କରି ଦେଇଛି । ଏହି ଟିମ ସହରର ବିଭିନ୍ନ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ମଧ୍ୟ ଚଢଉ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ