ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିବାର ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନଠାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଆହ୍ୱାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ସମସ୍ତ ବିଭାଗର ୨୦୨୨ ମସିହାରେ ଚୁକ୍ତିଭିତ୍ତିକ ଉଚ୍ଛେଦ ହେବା ସତ୍ତ୍ୱେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ଉପେକ୍ଷିତ କରାଗଲା । ଇତିମଧ୍ୟରେ ମାର୍ଚ୍ଚ ୨୦୧୮ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ୬ ବର୍ଷର ଚୁକ୍ତି ସର୍ତ୍ତାବଳୀ ୩୦ ଜାନୁଆରୀ ୨୦୨୪ ଚିଠି ସଂଖ୍ୟା ୧୯୨୪ରେ ବିଦ୍ୟାଳୟ ଓ ଗଣାଶିକ୍ଷା ବିଭାଗ ଯୋଗ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିୟମିତ ହୋଇନାହାଁନ୍ତି ଏବଂ ରାଜ୍ୟ ସରକାର ଜାନୁଆରୀ ୨୦୨୩ ମସିହାରୁ ୨୦,୦୦୦ ବର୍ଦ୍ଧିତ ଦରମା ପ୍ରଦାନ ପାଇଁ ଘୋଷଣା କରିଥିଲେ ସୁଦ୍ଧା ୫ ମାସ ବିତିଯାଇଥିଲେ ମଧ୍ୟ ବକେୟ ରାଶି ଏଯାବତ ବହୁତ ଜିଲ୍ଲାରେ ପାଇନାହାଁନ୍ତି । ଏହା ଉପରେ ସଂଘ ତରଫରୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିବା ବେଳେ ମାନ୍ୟବର ମନ୍ତ୍ରୀ ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସମାଧାନ ନହେବାରୁ ବୈଠକରେ ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ ଚିନ୍ତା ପ୍ରକଟ କରିବା ସହିତ କନିଷ୍ଠ ଶିକ୍ଷକଙ୍କୁ ପିଛିଲା ଭାବେ ନିୟମିତ କରିବା, ବର୍ଦ୍ଧିତ ଦରମାର ବକେୟା ରାଶି ପାଇବାରୁ ବଞ୍ôଚତ ଥିବା ଜିଲ୍ଲାଗୁଡ଼ିକୁ ଶୀଘ୍ର ଦରମା ପ୍ରଦାନ କରିବା ଆଦି ଦୁଇଦଫା ଦାବି ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ରଖିଥିଲେ ।ଦୁଇଦଫା ଦାବି ପୂରଣ ପାଇଁ ସଂଘର ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏଥି ସହିତ ଏହି ବୈଠକରେ ଉପସଭାପତି ସୋୟଂସୁ ସତ୍ୟପ୍ରଜ୍ଞ ସାହୁ, ସଂଯୋଜକ ରଶ୍ମିରଞ୍ଜନ ସାହୁ, କୋଷାଧ୍ୟକ୍ଷ ଗୁଲସନ ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ