ରେମୁଣା ବିଜେପି ତରଫରୁ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ସକାଳ ୯ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ଵ ପାଇଥିବା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ କୁରୁଡା ବ୍ରିଜ ନିକଟରେ ଭବ୍ୟ ସ୍ଵାଗତ କରାଯାଇଥିଲା। ଦାୟିତ୍ଵ ପାଇବା ପରେ ପ୍ରଥମ ଥର ସେ ନିଜ ଜିଲ୍ଲା ତଥା ନିର୍ବାଚନମଣ୍ଡଳୀ ଆସିଥିଲେ। କାର୍ଯ୍ୟକର୍ତ୍ତାଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ସହ ଏକ ବାଇକ୍ ରାଲି ମଧ୍ୟ କରାଯାଇଥିଲା। ଏହି ରାଲୀ କୁରୁଡ଼ା ବ୍ରିଜ ଠାରୁ ବାହାରି ରେମୁଣା ଗୋଲେଇ ପର୍ଯ୍ୟନ୍ତ ଯାଇଥିଲା। ରାସ୍ତାରେ ଶ୍ରୀ ଦାସ ରାମେଶ୍ବର ମନ୍ଦିର ଏବଂ ମା ତେନ୍ତୁଳିଆ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ପ୍ରଥମେ ITI ଛକ ନିକଟରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ପୋଲିସ ଲାଇନ ଛକ ନିକଟରେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ଷ୍ଟେସନ ଛକ ନିକଟରେ ଭାରତ ରତ୍ନ ଡକ୍ଟର ଏ.ପି.ଜେ. ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ଗାନ୍ଧୀସ୍ମୃତି ଭବନରେ ଉତ୍କଳ ମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ଗୋଲେଇ ଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଶେଷରେ ରେମୁଣା ଗୋଲେଇ ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ରେମୁଣା ଗୋଲେଇ ଠାରେ କାର୍ଯ୍ୟକର୍ତ୍ତା ଉପମୁଖ୍ୟ ସଚେତକଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ଆଜି ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି ତ କେବଳ ମୋ ରେମୁଣା ବାସୀଙ୍କ ଭଲପାଇବା ଏବଂ ଅଶ୍ରିବାଦ୍ ପାଇଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମଝି ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଗୁରୁଦାୟିତ୍ଵ ଦେଇଛନ୍ତି ,ମୁଁ ସେ ଦାୟିତ୍ଵ ଠିକ୍ ଭାବରେ ତୁଲାଇବି ବୁଲି ଆଶା କରୁଛି। ରେମୁଣା ସହିତ ପୁରା ବାଲେଶ୍ଵର ତଥା ଓଡ଼ିଶାର ଲୋକଙ୍କ ପାଇଁ କାମ କରିବି ବୋଲି ସେ କହିଥିଲେ।ଏହି ସମ୍ବର୍ଦ୍ଧନା ରାଲିରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ।