ଓଡ଼ିଶା କ୍ଷେତ ମଜଦୁର ସଂଘ ଶାଖାର ବିକ୍ଷୋଭ, ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଓଡ଼ିଶା କ୍ଷେତ ମଜଦୁର ସଂଘ ଗଜପତି ଶାଖା ପକ୍ଷରୁ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ବଜେଟ କେବଳ ଶ୍ରମିକ ମାରଣ ନୀତି କେନ୍ଦ୍ର ସରକାର ଅବଲମ୍ବନ କରିଛନ୍ତି । ବଜେଟରେ ଶ୍ରମିକ ଓ ମଧ୍ଯବିତ୍ତଙ୍କ ସ୍ଥିତିକୁ ବିଚରକୁ ନିଆଯାଇ ନ ଥିବା ଅଭିଯୋଗ କରାଯାଇଛି | ମନରେଗାରେ ଶ୍ରମିକଙ୍କୁ ବାର୍ଷିକ ୨୦୦ ଦିନ କାମ ଯୋଗାଇବା, କ୍ଷେତ ମଜଦୁରଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ମାସିକ ୫ହଜାର ଟଙ୍କା ପେନସନ, ସମସ୍ତ ଭୂମିହୀନଙ୍କୁ ଘରଡିହ ଯୋଗାଇବା ସହ ଘର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇବାକୁ ଦାବି କରାଯାଇଛି I ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ସହକାରୀ ଜିଲ୍ଲାପାଳ ଜଗନ୍ନାଥ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା କ୍ଷେତ ମଜଦୁର ସଂଘର ସଦସ୍ୟ ତଥା ଗଜପତି ଜିଲ୍ଲା ଶାଖାର ସମ୍ପାଦକ ଦଣ୍ଡପାଣି ରଇତ, ଏମ୍.ବାଙ୍ଗାରି, ମୋହିତ ମିଶାଲ ଓ ଶ୍ରୀନୁ ବେହେରା ଚେତାବନୀ ଦେଇଛନ୍ତି।