ପାରିବାରିକ କଳହରୁ ହତ୍ୟା ସନ୍ଦେହ ପରିତ୍ୟକ୍ତ ପୋଖରୀରୁ ମିଳିଲା ନିଖୋଜ କାଳୁର ଖଣ୍ଡ ବିଖଣ୍ଡିତ ହାଡ

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ) : ଗାଁ ପୋଖରୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ନରକଙ୍କାଳ ।   ଗାଁ ପୋଖରୀର ପଙ୍କଉଦ୍ଧାର କାର‌୍ ଚାଲିଥିବା ବେଳେ ମିଳିଥିଲା ଦୁଇଟି ଅଖା ଭର୍ତ୍ତି ନର କଙ୍କାଳ ବ୍ୟାଗ୍ । ବ୍ୟାଗ୍ ଖୋଲିବା ପରେ ସେଥିରେ ଏକ ରକ୍ତ ଭିଜା ସାର୍ଟ ମିଳିଥିଲା । ଗୋଟିଏ ଅଖାରେ ଗୋଡର କଙ୍କାଳ ରହିଥିବା ବେଳେ ଅନ୍ୟ ଅଖାଟିରେ ଖପୁରୀ ଓ ପିଞ୍ଜରା ହାଡ ରହିଥିବା ଦେଖିବାକୁ ମିଳିଥିଲା । । ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞô୍ଚ ତଦନ୍ତ ଆରମ୍ଭ କରିଛି । କଙ୍କାଳଟିକୁ ଉଦ୍ଧାର କରି ସେହି ଗ୍ରାମର ଗତ ଦେଢ ବର୍ଷର୍ରୁ ଉର୍ଦ୍ଧ୍ୱ ଦିନ ଧରି ନିଖୋଜ ରହିଥିବା କାଳୁ ପ୍ରଧାନଙ୍କ ଖଣ୍ଡ ବିଖଣ୍ଡିତ ନର କଙ୍କାଳ ବୋଲି ପୋଲିସ ଉପସ୍ଥିତିରେ ପରିବାର ବର୍ଗ ଚିହ୍ନଟ କରିଛନ୍ତି । ଘଟଣା ସମ୍ପର୍କରେ ମୃତ କାଳୁଙ୍କ ପତ୍ନୀ ସୁଲଭ ପ୍ରଧାନଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସନଂ ୨ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା ଆରମ୍ଭ କରିଥିଲା । କଙ୍କାଳ ହାଡ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ସେଠାରୁ ରିପୋର୍ଟ ଆସିବା ପରେ ତଦନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି । ପ୍ରକାଶଯେ, ଗୁହାଳପୁର ଗ୍ରାମର କାଶୀ ପ୍ରଧାନଙ୍କ ପତ୍ନୀ ବଞ୍ଚିଥିବା ସମୟରେ ହିଁ ପରିବାରର ସନ୍ତାନ ସନ୍ତତି ମାନଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟୁଆର ହୋଇଯାଇଥିଲା । ଫଳରେ ବାପା କାଶୀ ପ୍ରଧାନ ଏବଂ ପୁଅ କାଳୁ ଭିନ୍ନ ଭିନ୍ନ ରହିଆସୁଥିଲେ । ବିଭିନନ ସମୟରେ କାଳୁ ଏବଂ ତାଙ୍କ ପରିବାର ବର୍ଗଙ୍କ ସହିତ ତିକ୍ତତା ଲାଗି ରହିଆସୁଥିଲା ବୋଲି ସୁଲଭ କହିଛନ୍ତି । । ସେଥିରେ ଜଣେ ମନୁଷ୍ୟର ଖଣ୍ଡ ବିଖଣ୍ଡିତ ନର କଙ୍କାଳ ଭାଗ ଭାଗ କରି ପକାଯାଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଘଟ ହେବା ପରେ କାଳୁଙ୍କ ପରିବାର ପୋଖରୀକୁ ଯାଇ ସେହି ଅଖା ଗୁଡିକୁ ଖୋଲିଥିଲେ । ନିଖୋଜ ହେବା ଦିନ ଘରୁ ପିନ୍ଧି ଯାଇଥିବା ସାର୍ଟ ଓ ଗୋଡର ହାଡରେ ପଡିଥିବା ଷ୍ଟିଲ୍ ରଡ୍କୁ ଦେଖି ପରିବାର ବର୍ଗ କାଳୁଙ୍କ କଙ୍କାଳ ବୋଲି ଚିହ୍ନଟ କରିଥିଲେ । ସୂଚନାଯୋଗ୍ୟଯେ, ଗତ କିଛି ବର୍ଷ ତଳେ କାଳୁ ଗାଁରେ ନଡିଆ ଗଢରେ ନଡିଆ ତୋଳିବା ପାଇଁ ଚଢିଥିବା ବେଳେ ଅସାବଧାନତା ହେତୁ ତଳକୁ ଖସିଯାଇ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଅସ୍ତ୍ରୋପଚାର କରାଯାଇ ଗୋଡ ହାଡରେ ଷ୍ଟିଲ୍ ରଡ୍ ପକାଯାଇଥିଲା । ପ୍ରାଥମିକ ଅନୁସନ୍ଧାନ କରି ପୋଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦପାଇଁ ପଠାଇଥିଲେ ହେଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି । ତଦନ୍ତର ବିଭିନ୍ନ ଦିଗକୁ ବଢାଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ କଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ