ଉତ୍କଳ ମେଲ୍ର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ମେଲ୍ର ୩୫ତମ ବାର୍ଷିକ ଉତ୍ସବ ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଉଦ୍ଘାଟିକା ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ମେଲ୍ର ମୁଖ୍ୟ ସମ୍ପାଦକ ଡ. ପୀତବାସ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ କଟକ ବାରବାଟୀ ବିଧାୟିକା ସୋଫିଆ ପିର୍ଦ୍ଦୋଷ, ଏନ୍.ଏଫ୍ ଟାଇମ୍ସର ସମ୍ପାଦିକା ଶ୍ରୀମତୀ ରିତା ମିଶ୍ର, ଏମ୍.ବି.ସି ଟିଭିର ମୁଖ୍ୟ ତଥା ଶିକ୍ଷାବିତ୍ ଡ. ବ୍ରଦୀନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଜେଡ଼ିସିଏର ସମ୍ପାଦକ ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସମାଜସେବୀ ଶଙ୍କର ପରିଡ଼ା ପ୍ରମୁଖ ମଞ୍ଚାସୀନ ରହିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ବିବେକାନନ୍ଦ ଦାସ ଓ ସଂଯୋଜନା କରିଥିଲେ ମୋନାଲିସା ସାହୁ ।ଏହି ଅବସରରେ ଉତ୍କଳ ମେଲ୍ର ବାର୍ଷିକ ଉତ୍ସବ ସଂସ୍କରଣ ଓ ଡ. ପୀତବାସ ମିଶ୍ରଙ୍କ ରଚିତ ‘ନାନା କଥା ନାନା ବ୍ୟଥା’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ମେଲ୍ର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ଗଣମାଧ୍ୟମ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।