ବୁଗୁଡା ସହରରୁ ଅଣ୍ଡିରା ଯୁବ କୃଷ୍ଣସାର ମୃଗ ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ସହର ମଧ୍ୟକୁ ଚାଲି ଆସିଥିବା ବନ୍ୟଜନ୍ତୁ ଅଣ୍ଡିରା ଯୁବ କୃଷ୍ଣସାର ମୃଗକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲ ନିକଟରେ ଛାଡ଼ିଦେଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଗର୍ବ କୁହାଯାଉଥିବା ବିରଳ ବନ୍ୟଜନ୍ତୁ କୃଷ୍ଣସାର ମୃଗ ବୁଗୁଡା ବନାଞ୍ଚଳରେ ସର୍ବାଧିକ ଦେଖିବାକୁ ମିଳିଥାଏ। ଏହି ବନ୍ୟଜନ୍ତୁ ଭୟାଳୁ ହୋଇଥିବା ଯୋଗୁଁ ଘଞ୍ଚ ଜଙ୍ଗଲରେ ନରହି ଜଙ୍ଗଲ ତଳି ଅଞ୍ଚଳ ଓ ଚାଷ ଜମିରେ ଚରାବୁଲା କରିଥାନ୍ତି। ଅଣ୍ଡିରା କୃଷ୍ଣସାର ମୃଗ ଯୁବ ଅବସ୍ଥାରେ ମାଈ କୃଷ୍ଣସାର ମୃଗ ସଦୃଶ ଧୂସର ରଙ୍ଗ ରହିବା ସହ ଶିଙ୍ଗ ବାହାରିଥାଏ। ଯୁବ ଅଣ୍ଡିରା କୃଷ୍ଣସାର ବୟସ୍କ ହେଲେ କଳା ରଙ୍ଗ ହୋଇଯାଇ ଥାଏ। ଗତ କିଛ ଦିନ ହେଲା ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କୃଷ୍ଣସାର ହରିଣ ପଲ ଚାଷ ଜମିରେ ଖାଦ୍ୟ ଖାଇବାକୁ ନପାଇ ବେଳେ ବେଳେ ଜନବସତି ମୁହାଁ ହେଉଛିନ୍ତି। ଯୁବ କୃଷ୍ଣସାର ମୃଗଟି ଅଚାନକ ବୁଗୁଡା ସହର ଆଡକୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ କିଛି ଲୋକେ ମୃଗଟିକୁ ଦେଖି ଧରି ବାନ୍ଧି ପକାଇଥିଲେ। ଖବର ପାଇ ବୁଗୁଡା ବନବିଭାଗ କର୍ମଚାରୀ ବୁଗୁଡା ସହରର କେନାଲ ସାହିରେ ପହଞ୍ଚି କୃଷ୍ଣସାର ମୃଗକୁ ଉଦ୍ଧାର କରିଥିଲେ। ଉଦ୍ଧାର କୃଷ୍ଣସାର ମୃଗକୁ ପ୍ରାଣୀଧନ ଚିକିତ୍ସାଳୟକୁ ନେଇ ପରୀକ୍ଷା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାରୁ କୃଷ୍ଣସାର ମୃଗଟିକୁ ବନ କର୍ମଚାରି ବୃନ୍ଦ ନିକଟସ୍ଥ ଜଙ୍ଗଲର ପାଦଦେଶରେ ଛାଡିଦେଇଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ