ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି ।ଏହି ଅବସରରେ ରାଜ୍ୟ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଥିଲେ ।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ ।ବିଶେଷ କରି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସହିତ ସରକାରୀ କ୍ୱାର୍ଟର ନାହିଁ। ଚାରିପଟେ ପାଚେରୀ ନିର୍ମାଣ ସମ୍ପର୍କରେ ସେ ଆଲୋଚନା କରିଥିଲେ ।ନିମାପଡ଼ା ତହସିଲଦାର ବସନ୍ତ କୁମାର ହାତୀ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ,ନିମାପଡା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ଚାରିଛକ ଥାନା ଅଧିକାରୀ ସଂଗ୍ରାମ କିଶୋର ସ୍ବାଇଁ , ଭାରପ୍ରାପ୍ତ ମେଡିକାଲ ଅଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ ସମେତ ସମସ୍ତ ମେଡିକାଲ କର୍ମଚାରୀ ,ଆଶାକର୍ମୀ ମାନେ ଉକ୍ତ ବୈଠକ ରେ ଯୋଗ ଦେଇଥିଲେ । ମେଡ଼ିକାଲ ଛକ ଠାରୁ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ଦଳୀୟ କର୍ମକର୍ତ୍ତା ମାନେ ସ୍ବାଗତ,ସମ୍ବର୍ଦ୍ଧନା ଜଣାଇ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ କୁ ପାଛୋଟି ନେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ରେ ରହିଥିବା ସମସ୍ୟା ଗୁଡ଼ିକ ଖୁବ ଶିଘ୍ର ସମାଧାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।ଏହି ଅବସରରେ ୧୧ ଦଫା ଦାବି ନେଇ ଏକ ଦାବିପତ୍ର ସାମାଜିକ କର୍ମୀ ସନ୍ତୋଷ କୁମାର ପ୍ରଧାନ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ