ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଘଟଣାରେ ଯୁବକକୁ କୋର୍ଟ ଚାଲାଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ପ୍ରତାରଣା ମନା କରିବା ଘଟଣାରେ ଜଣେ ଯୁବକକୁ ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫଯୁବକ ଜଣକ ହେଲେ ଉସ୍ତା ଜଗନ୍ନାଥପୁର ଗ୍ରାମର ସନ୍ତୋଷ କୁମାର ରାଉତ(୩୦) ଏନେଇ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ପାଟପୁର ଥାନାରେ ଏତଲା ଦେଇଛନ୍ତି। ଏନେଇ ଥାନା କେସ ନମ୍ୱର୍ ୩୮୨/୨୪ ମାମଲା ରୁଜୁ କରିଛି ।ଘଟଣାରୁ ପ୍ରକାଶ ପାଟପୁର ଥାନା ଅର୍ନ୍ତଗତ ଉସ୍ତା ଜଗନ୍ନାଥପୁର ଗ୍ରାମର ସନ୍ତୋଷ ସେହି ଗ୍ରାମର ଯୁବତୀ ଜଣକୁ ବିବାହ ହେବା ପାଇଁ ପ୍ରତିଶ୍ରୁତି ଦେଇ ଦୀର୍ଘ ତିନି ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ବୁଧୁବାର ରାତ୍ର ଦୁଷ୍କର୍ମ ପରେ ବିବାହ କରିବା ପାଇଁ ଯୁବତୀ ଜଣକ କହିବାରୁ ନିଜ ଜାତି ହୋଇନଥିବା ଯୋଗୁଁ ସନ୍ତୋଷ ମନା କରିଥିଲା। ପ୍ରତାରଣାର ଶିକାର ହୋଇଥିବା ଯୁବତୀ ପାଟି କରିବାରୁ ଗ୍ରାମବାସୀ କାବୁକରି ପାଟପୁର ଥାନା ରେ ଜିମା ଦେଇଥିଲେ।ପରିବାରର ବାପା ମାଆ ବାହାରକୁ ରୋଜଗାର ପାଇଁଯାଇଥିବା ବେଳେ ଘରେ ଯୁବତୀ ଜଣକ ଏକାରହୁଥିଲେ । ଖବର ପାଇ ସନ୍ତୋଷ ଙ୍କ ବାପା ଭଉଣି ଜ୍ବାଇଁ ଥାନାରେ ପହଞ୍ଚି ଥିଲେ।ଅନ୍ୟପଟେ ଯୁବତୀ ଙ୍କ ପରିବାର ଙ୍କ ସହ ନିଜ ଜାତି ର ସମସ୍ତ ସାହି ଲୋକ ଥାନା ରେ ପହଞ୍ଚିଥିଲେ। ପୁଅ ସହ ଝିଅ ବିବାହ କରିବା ଉଭୟେ ରାଜି ହୋଇଥିଲେ ମଧ୍ୟ ଅନ୍ୟଜାତି ପାଇଁ ସନ୍ତୋଷ ର ପରିବାର ସହମତ ନହେବାରୁ ଯୁବତୀ ଜଣକ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତି କରି ସନ୍ତୋଷ କୁ ପୋସକୋ ଆଇନ ଅନୁଯାୟୀ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି।ଅନ୍ୟ ପଟେ ଯୁବତୀ ଙ୍କ ଡାକ୍ତର ମାଇନା ଆସନ୍ତା ଶନିବାର ଦିନ ହେବବୋଲି ଜଣାପଡ଼ିଛି।ସନ୍ତୋଷକୁମାରରାଉତ କୃଷି ବିଭାଗ ଅଧିନରେ ମିଲେଟ ମିଶନ ରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।ଏନେଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ