ଅଲ୍ ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘର ଜରୁରୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିବାର ଦିବା ୧୧ ଘଟିକା ସମୟରେ ରାଜ୍ୟ ସଂଗ୍ରାମ ଭବନଠାରେ ଅଲ୍ ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସଭ୍ୟମାନେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତିମା ନିଆଯାଇଛି । ବୈଠକ ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର ବିବରଣୀ ପ୍ରଦାନ କରିଥିବା ବେଳେ ସମସ୍ତ ସଭ୍ୟ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା, ସଂଘର ପଞ୍ଜିକରଣ ସମ୍ପାଦନ କରିବା, ଏକ କମିଟି ମାଧ୍ୟମରେ ରାଜ୍ୟ ସରକାରଙ୍କ ଠାରେ ନ୍ୟାୟୋଚିତ ଦାବିଗୁଡ଼ିକୁ କିପରି ହାସଲ କରାଯିବ, ସେ ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତିମାନ ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା କେଶବ ଚନ୍ଦ୍ର ସାହୁ, ଉତ୍ତମ ଦାସ, କାର୍ଯ୍ୟକାରୀ ସଭାପତି ଜାମିନୀକାନ୍ତ ପଣ୍ଡା, ଧରଣୀଧର ମଲ୍ଲିକ, ସୁରେନ୍ଦ୍ର ରାଉତ, ପଦ୍ମଲୋଚନ ନାୟକ, ମିନକେତନ ସାହୁ, ନିରୋଦ ଦାସମହାପାତ୍ର, ପ୍ରଶାନ୍ତ ନାଥ, ଦିଲ୍ଲୀପ କର, ଚାରୁ ବେହେରା, ସୋମନାଥ ଗରଡ଼, ତ୍ରିନାଥ ପଣ୍ଡା, ଡମ୍ବରୁଧର ଶିଶା ଏବଂ ନାଥ ସାର୍ ଉପସ୍ଥିତ ଥିଲେ । ଆଗାମୀ ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ କରାଯାଇ ଆବଶ୍ୟକସ୍ଥଳେ ଦାବୀ ହାସଲ ପାଇଁ ଯେକୌଣସି ପଦକ୍ଷେପ ନିଆଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଥିଲା । ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଶିକ୍ଷୟିତ୍ରୀମାନଙ୍କ ଉପରେ ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ରାଜ୍ୟ ସଂଘ ତରଫରୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟ ସରକାରଙ୍କୁ ତୁରନ୍ତ ପୋଲିସ୍ ବିୁରଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ନିବେଦନ କରାଯାଇଛି । ୨୦୨୩ ମସିହାରେ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ପୂର୍ବ ସରକାର ଏକ ବଦଳି ପ୍ରକ୍ରିୟା ଆରମ୍ଭ କରିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ । ୨୦୧୭ ମସିହାରେ ଶିକ୍ଷାଗତ ଯୋଗ୍ୟତା ଅପଗ୍ରେଡ଼େସନ ହୋଇସାରିଛି କିନ୍ତୁ ମାଟ୍ରିକ ସିଟି ପଦବୀକୁ +୨ ସିଟି ପଦବୀକୁ ଅପଗ୍ରେଡ଼େସନ କରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ପାଇଁ ସଂଘ ତରଫରୁ ଦାବି କରାଯାଇଛି । ଉକ୍ତ ବଦଳି ପ୍ରକ୍ରିୟାରେ ଟର୍ମିନାଲ ଲାଇସେନ୍ସ, ମ୍ୟୁଚୁଆଲ, ଟ୍ରାନ୍ସଫର ଓ ସ୍ପାଉସ ଟ୍ରାନ୍ସଫର କରିବାକୁ ଚିଠି ଲେଖିଥିଲେ ମଧ୍ୟ ଏହା କାର୍ଯ୍ୟରେ ତ୍ୱାରାନ୍ୱିତ କରାଯାଉ ନାହିଁ । ତେଣୁ ଏହିସବୁ ପ୍ରକ୍ରିୟାରେ ସମସ୍ତ ପ୍ରକାର ବଦଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲେ ସମଗ୍ର ଓଡ଼ିଶାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକରେ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହୋଇପାରିବେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହିସବୁ ଦାବିକୁ ସରକାର ତୁରନ୍ତ ପୂରଣ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ