କାର୍ଯ୍ୟବନ୍ଦ କରି ଆନ୍ଦୋଳନ କୁ ଓହ୍ଲାଇଲେ ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୁପରଭାଇଜର ଓ ଇନଚାର୍ଜ ଜାତି ଭେଦ ଭାବକୁ ନେଇ ସବୁବେଳେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସୋମବାର କାର୍ଯ୍ୟବନ୍ଦ କରି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ l ୧୫ ବର୍ଷ ଧରି ସେମାନେ ଆଇଆରଇଏଲ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିଆସୁଛନ୍ତି l କିନ୍ତୁ ବିଗତ ୪ ବର୍ଷ ହେଲା ଜାତିଭେଦ କୁ ନେଇ ସୁପରଭାଇଜର ଓ ଇନଚାର୍ଜ ମାନେ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି l ସେହିପରି କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିବା ମାଟିଖାଲ ଗ୍ରାମର ରବୀନ୍ଦ୍ର କୁମାର ପ୍ରଧାନଙ୍କୁ କାର୍ଯ୍ୟ ରୁ ବାଦ କରାଯାଇଥିବାରୁ ଏହାକୁ ବିରୋଧ କରି ସେମାନେ ଆଇଆରଇଏଲ କମ୍ପାନୀ ଫାଟକ ସମ୍ମୁଖରେ ସେମାନେ ଆନ୍ଦୋଳନ କରିଛନ୍ତି l ଏହି ଆନ୍ଦୋଳନ ସମୟରେ ବି. ସୀମାଦ୍ରୀ , ସୁଶାନ୍ତ ପ୍ରଧାନ, ଯୋଗୀ ପ୍ରଧାନ, ବସନ୍ତ ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ବସନ୍ତ କୁମାର ନାୟକ, ପଞ୍ଚୁ ବେହେରା, ସୁରେଶ ଚନ୍ଦ୍ର ସାହୁ, ରାଜୁ ବେହେରା, ନାରାୟଣ ପ୍ରଧାନଙ୍କ ସମେତ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ସାମିଲ ଥିଲେ l